ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ

Share with people

ଦେବଗଡ଼ : ଦେବଗଡ଼ ସହର ସ୍ଥିତ ପ୍ରଧାନପାଟ ଶ୍ମଶାନ ଘାଟ ନିକଟରୁ ଆଜି ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଦେବଗଡ ଥାନା ପୁଲିସ ।ମୃତ ଯୁବକ ହେଲେ ପୌରାଚଂଳର ଦୋଳମଣ୍ଡପ ସାହିର ସିଦ୍ଧାନ୍ତ ନାଏକ(୨୪) ।ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପ୍ରଧାନପାଟସ୍ଥିତ ଶ୍ମଶାନ ଘାଟ ନିକଟରେ ଏକ ସାଗୁଆନ ଗଛରେ ସିଦ୍ଧାନ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ । ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *