ଚଳିତ ଏସିଆ କପ୍ରେ ବାଂଲାଦେଶକୁ ହରାଇ ଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛି ଭାରତ । ତା’ ସହିତ ନବମ ଥର ବିଜେତା ହେବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି |

KONARK NEWS – ସୁପର-୪ରେ ଆଉ ଏକ ଜବରଦସ୍ତ ପ୍ରଦର୍ଶନ ସହ ବାଂଲାଦେଶକୁ ୪୧ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ଚଳିତ ଏସିଆ କପ୍ର ଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛି ଭାରତ । ତା’ ସହିତ ନବମ ଥର ବିଜେତା ହେବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି। ବୁଧବାରର ଏହି ମ୍ୟାଟ୍ରେ ୧୬୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୨୭ ରନ୍ରେ ଅଟକି ଯାଇଥିଲା । ସୈଫ ହାସେନ ୬୯ ଏବଂ ପର୍ଭେଜ ହୁସେନ ଏମନ ୨୧ ରନ୍ଙ୍କ ଛଡ଼ା ଅନ୍ୟ କୌଣସି ବାଂଲାଦେଶ ବ୍ୟାଟର୍ ଦୁଇଅଙ୍କ ଛୁଇଁ ପାରି ନଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦିବ ୩ ଏବଂ ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମ୍ରା ୨ ଲେଖାଏଁ ୱିକେଟ୍ ନେଇଥିଲେ | ଏହା ପୂର୍ବରୁ ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନ୍ ବଳରେ ଭାରତ ୬ ୱିକେଟ୍ ବିନିମୟରେ ୧୬୮ ରନ୍ କରିଥିଲା । ଅଭିଷେକ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି

