ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Share with people

ନିଜ ଗାଁ ପାଖ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଗଲା ଜୀବନ | ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କୁ ଜଙ୍ଗଲ ଭିତରୁ ଉନ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ ଗାଁ ଲୋକେ , କିନ୍ତୁ ସେତେବେଳକୁ ବୃଦ୍ଧଙ୍କର ଚାଲିଯାଇଥିଲା ଜୀବନ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ,ଦେବଗଡ ଜିଲ୍ଲା ବାରକୋଟ ରେଞ୍ଜ ବୁଢାଖମଣ ଗ୍ରାମରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁଢାଖମଣ ଗ୍ରାମର 72 ବର୍ଷ ବୟସ୍କ ବାଣେଶ୍ୱର ବେହେରା। ମିଳଥିବା ସୂଚନା ଅନୁଯାୟୀ ବାଣେଶ୍ୱର ସକାଳ ସମୟ ରେ ପାଖ ଜଙ୍ଗଲ କୁ ଛତୁ ଖୋଜିବାକୁ ଯାଇଥିଲେ ଏହି ସମୟ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇ ଥିଲେ ଦନ୍ତା ଆକ୍ରମଣରେ ବୃଦ୍ଧ ଜଣକ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇ ପରିବାର ଲୋକେ ବମ୍ଫପରଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ |ପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ହାତୀର ପହଂଚି ଅନୁସନ୍ଧାନ କରୁଛନ୍ତି। ସୂଚନା ଯୋଗ୍ୟଯେ ଉକ୍ତ ଅଞ୍ଚଳରେ ତିନି ଟିକିୟା ହାତୀ ପୋଲ ଫସଲ ନଷ୍ଟ କରୁଛନ୍ତି। ଦନ୍ତାହାତୀ ଆକ୍ରମଣ ରେ ଜଣଙ୍କର ମୃତ୍ୟୁ ବେଳେ ଘଟଣାସ୍ଥଳରେ ଉତେଜନା ଦେଖା ଦେଇଥିଲା ବନ ବିଭାଗର କର୍ମଚାରୀମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଵା ସହିତ ସରକାର ଙ୍କ ନିୟମ ଅନୁଯାୟୀ କ୍ଷତିପୁରଣ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *