ମଦୁଆ ପୋଲିସ ଡ୍ରାଇଭର ଘଟାଇଲା ଭୟଙ୍କର ଦୁର୍ଘଟଣା

ମଦୁଆ ପୋଲିସ ଡ୍ରାଇଭର ଘଟାଇଲା ଭୟଙ୍କର ଦୁର୍ଘଟଣା

Share with people

ମଦ୍ୟପାନ କରି ଗାଡି ଚଳାଉଥିଲେ ପୋଲିସ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। ସାଧାରଣ ଲୋକଙ୍କୁ ସଚେତନ କରି ସୁରକ୍ଷା ଦେଉଥିବା ପୋଲିସ ଘଟାଇଛି ଦୁର୍ଘଟଣା, ତିନିଜଣ ପୋଲିସ କର୍ମଚାରୀ ଗୁରୁତର। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଅସିଛି ଯେଉଁଥିରେ ତିନି ପୋଲିସ ଅଧିକାରୀ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ , ଜଗଦଳପୁର ଥାନାର ଚାରିଜଣ ପୋଲିସ କର୍ମଚାରୀ ଓ ଡ୍ରାଇଭର ସନ୍ଧ୍ୟା ପୋଟ୍ରୋଲିଂ ଯିବା ସମୟରେ ଧଉରାଭଟା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଥାନା ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଲାଉଥିବାରୁ ଏଭଲି ଦୁର୍ଘଟଣା ହୋଇଥିବା କୁହାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ରହିଥିବା ବେଳେ ତିନିଜଣ ପୋଲିସ କର୍ମଚାରୀ ଗୁରୁତର ଅଛନ୍ତି । ଏଠି ପ୍ରଶ୍ନ ଉଠୁଛି ସାଧାରଣ ଜନତା ରାତିରେ ମଦ ପିଇ ଗାଡି ଚଳାଇଲେ ମୋଟା ଅଙ୍କର ପୋଲିସ ଫାଇନ କାଟୁଥିବା ବେଳେ ଖୁଦ ନିଜେ ପୋଲିସ ମଦ ପିଇ ଦୁର୍ଘଟଣା ଘଟିଲା କିପରି ? ପୋଲିସ ପ୍ରଶାସନକୁ କିଏ ଫାଇନ କରିବ ସେନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

[ ରିପୋର୍ଟ- ଅରୁଣ ମେହେର ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *