ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଚାରିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା |

ମଙ୍ଗଳବାର ସକାଳେ ଜାତୀୟ ରାଜପଥ-୩୪ରେ ଏକ କାର ଏବଂ ଏକ ଟ୍ରକ ଧକ୍କା ହେବା ଫଳରେ ନିଆଁ ଲାଗିଯିବାରୁ ଜଣେ ମହିଳା ଏବଂ ଜଣେ ଶିଶୁ ସମେତ ଚାରି ଜଣ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ ଗୋପୀ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା,ଯେତେବେଳେ ଆଲିଗଡ଼ ଅଭିମୁଖେ ଯାଉଥିବା କାରଟିର ଟାୟାର ଫାଟି ଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡର୍ ଭାଙ୍ଗି ସାମ୍ନାରୁ ଆସୁଥିବା କ୍ୟାଣ୍ଟରରେ ଧକ୍କା ଦେଇଥିଲା।
ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା ଏବଂ ଘଟଣାସ୍ଥଳରେ ଚାରିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଗାଡି ଭିତରେ ଫସି ରହିଥିବା ଜଣେ ବ୍ୟକ୍ତି ଜଣେ ପଥଚାରୀଙ୍କ ସହାୟତାରେ ନିଜକୁ ବାହାର କରିବାରେ ସଫଳ ହୋଇଥିଲେ ଏବଂ ପୋଲିସ ତାଙ୍କୁ ଜବାହରଲାଲ ନେହେରୁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ସେ କହିଛନ୍ତି।ତେବେ ଘଟଣାସ୍ଥଳେ ଅଗ୍ନିଶମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିଛି ଏବଂ ପୀଡିତମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି |

