ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ମାଲପଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ବଜ୍ରପାତରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ଵୟ ମାଲପଡା ଗାଁର ଟିକେଶ୍ଵର ମାଝୀ ଓ ସାହାଜପାଣି ଗାଁର ଦିଲ୍ଲିପ ଧରୁଆ ବୋଲି ଜଣାପଡିଛି । ଘଡଘଡି ସହ ବର୍ଷା ହୋଇଥିବାବେଳେ ପରେ ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ବେଲପଡା ଥାନା ମାଲପଡା ଗାଁର ଟିକେଶ୍ଵର ମାଝୀ ଓ ତାଙ୍କ ସମ୍ପର୍କୀୟଦିଲ୍ଲିପ ଧରୁଆ ନିକଟସ୍ଥ ପୋଖରୀକୁ ଗାଧେଇଯାଇଥିଲେ । ସେହି ସମୟରେ ଘଡିଘଡି ସହ ବର୍ଷା ହେବା ଯୋଗୁଁ ସେମାନେ ପାଖରେ ଥିବା ଏକ ଗଛ ତଳେ ଠିଆହୋଇଥିଲେ। ଏତିକିବେଳେ ବଜ୍ରାଘାତ ଲାଗି ସେଠାରେ ଦୁଇ ଜଣ ହଠାତ୍ ଟଳିପଡ଼ିଥିଲେ । ପୋଖରୀକୁ ଗାଧେଇବାକୁ ଯାଉଥିବା ଦୁଇଜଣ ଲୋକ ସେମାନଙ୍କୁ ଗଛ ତଳେ ପଡିଥିବା ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ହେଲେ ସେତେବେଳକୁଦୁହିଁଙ୍କର ପ୍ରାଣବାୟୁ ଚାଲିଯାଇଥିଲ। ଖବର ପାଇ ବେଲପଡା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ଏକ ମାମଲା ରୁଜ୍ଜୁ ରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି ।

