ଆବାସ ଘର ତିଆରି ନକରି କେମିତି ଉଠିଲା ସବୁ ଟଙ୍କା

ଆବାସ ଘର ତିଆରି ନକରି କେମିତି ଉଠିଲା ସବୁ ଟଙ୍କା

Share with people

ପ୍ରତ୍ୟେକ ଦିନ ଭାନୁମତିର ରହସ୍ୟମୟ ପେଡ଼ି ଖୋଲିଲା ଭଳି ଆବାସ ଦୁର୍ନୀତିର ନୂଆ ନୂଆ ଘଟଣା ପଞ୍ଚାୟତ ଗୁଡିକୁ ଲଜ୍ଜିତ କରୁଛି । କେଉଁଠି ସ୍ବାମୀ ସ୍ତ୍ରୀ ଉଭୟଙ୍କ ନାରେ ସରକାରୀ ଘର ମିଳିଥିବା ବେଳେ ଅନ୍ୟ କେଉଁଠି ଘର ନିର୍ମାଣ ନକରି ସମ୍ପୂର୍ଣ୍ଣ ଟଙ୍କା ଉଠାଇ ହଡ଼ପ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ନକରି ଅର୍ଥ ହଡ଼ପ

ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଆବାସ ଯୋଜନା ବାଟବଣା ହୋଇଥିବା ବେଳେ ବ୍ଲକ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସାଲିସରେ ଏହି ଆବାସ ମହା ଦୁର୍ନୀତି ହୋଇଥିବା ଜଣାପଡିଛି । ସାରସକଣା ବ୍ଲକର ସମୁଦାୟ ୧୭ ଟି ପଞ୍ଚାୟତ ରହିଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ବ୍ୟାପକ ଆବାସ ଦୁର୍ନୀତି ଗନ୍ଧ ବାରିହେଇ ପଡୁଛି । ପ୍ରତ୍ୟେକ ଦିନ ଭାନୁମତିର ରହସ୍ୟମୟ ପେଡ଼ି ଖୋଲିଲା ଭଳି ଆବାସ ଦୁର୍ନୀତିର ନୂଆ ନୂଆ ଘଟଣା ପଞ୍ଚାୟତ ଗୁଡିକୁ ଲଜ୍ଜିତ କରୁଛି । କେଉଁଠି ସ୍ବାମୀ ସ୍ତ୍ରୀ ଉଭୟଙ୍କ ନାରେ ସରକାରୀ ଘର ମିଳିଥିବା ବେଳେ ଅନ୍ୟ କେଉଁଠି ଘର ନିର୍ମାଣ ନକରି ସମ୍ପୂର୍ଣ୍ଣ ଟଙ୍କା ଉଠାଇ ହଡ଼ପ କରାଯାଇଛି । ତେବେ ଏଭଳି ଏକ ଅଭିଯୋଗ ଆସିଛି ରାଜାଲୋକା ପାଞ୍ଚାୟତ ରାଜାଲୋକା ଗାଁର ୭ ୱାଡ଼ରୁ । ସରକାରୀ ବାବୁ, ପଞ୍ଚାୟତ ପ୍ରତିନିଧି ଓ ଯୋଗାଣ ସହାୟକଙ୍କ ମିଳିତ ମେଣ୍ଟରେ ସରକାରୀ ଯୋଜନା କିଭଳି ବାଟବଣା ହୋଇଛି ସେ ତଥ୍ୟ ‘କୋଣାର୍କ ଲାଇଭ’ ହାତରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ତେବେ କେମିତି ଚାଲିଛି ଆମ ସାରସକଣା ବ୍ଲକର ସରକାରୀ ଯୋଜନା ଆସନ୍ତୁ ଦେଖିବା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅଗ୍ରିମ 40 ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଘର ଛାତ ପଡିଲା ପରେ 65 ହଜାର ଏବଂ ସମ୍ପୂର୍ଣ ହୋଇସାରିଲା ପରେ 25 ହଜାର ଟଙ୍କା ପ୍ରଦାନ କରାଯିବାର ନିୟମ ରହିଛି,କିନ୍ତୁ ରାଜାଲୋକା ପଞ୍ଚାୟତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଯିବା ସହିତ ଜଣେ ହିତାଧିକାରୀ ଆଦୌ ଘର ନିର୍ମାଣ ନକରି ସମ୍ପୂର୍ଣ ଟଙ୍କା ଉଠାଇ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ୱାଡ଼ ସଭ୍ୟ ଓ ସ୍ଥାନୀୟ ଜନସାଧାରଣ |

ତେବେ ହିତାଧ୍ୟାକାରୀ ଜଣକ ରାଜାଲୋକା ଗ୍ରାମର ଚନ୍ଦନାରାଣୀ ପ୍ରତିହାରୀ (ରେଜିଷ୍ଟେସନ ନଂ -OR154547983) ସ୍ଵାମୀ ରଞ୍ଜିତ କୁମାର ପ୍ରତିହାରୀ ,ସରକାରୀ ୱେବସାଇଟର ତଥ୍ୟ ଅନୁଯାୟୀ 28/04/25 ରେ ତାଙ୍କର ଘରନିର୍ମାଣର ସମ୍ପୂର୍ଣ ଫୋଟ ଅପଲୋଡ଼ କରାଯାଇଥିବା ବେଳେ ସେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ଯ କରିନଥିଲେ,ଏହି ଫୋଟ ଆନ୍ୟଜଣଙ୍କ ଘରେ ଉଠାଯାଇଛି.ରାଜାଲୋକା ପଞ୍ଚାୟତର ଯୋଗାଣ ସହାୟକ ସୌମ୍ୟରଞ୍ଜନ ପ୍ରତିହାରୀ ଚଞ୍ଚକତା କରି ଏହି କାର୍ଯ୍ୟ କରିଥିବା ଜଣାପଡିଛି କାରଣ ଘର ସମ୍ପୂର୍ଣ ବେଳେ ଯେଉଁ ସ୍ଥାନରେ ଏହି ଫୋଟ ଉଠାଯାଈଛି ସେଠାରେ ହିତାଧିକାରୀଙ୍କ ସହିତ ଯୋଗାଣ ସହାୟକ ସୌମ୍ୟରଞ୍ଜନ ସାହୁଙ୍କ ଫୋଟ ମଧ୍ଯ ରହିଛି,ଏହିଭଳି ଭାବରେ ପ୍ରଥମ କିସ୍ତି 23/06/2023 ରେ 40,000 ଟଙ୍କା ,ଦ୍ବିତୀୟ କିସ୍ତି 25/04/2025 ରେ 65,000 ଏବଂ ଶେଷ କିଛି 02/05/2025 ରେ 25,000 ଟଙ୍କା ପ୍ରଦାନ କରାଯାଇଛି,ଏଥ୍ ସହିତ ନରେଗା ଯୋଜନାରୁ ଶ୍ରମିକ ମଜୁରୀ ବାବଦକୁ ମିଳୁଥୁବା 22,860 ଟଙ୍କା ପ୍ରଦାନ କରାଯାଇଛି, କିନ୍ତୁ ଯୋଗାଣ ସହାୟକ ତାହାକୁ ଖଣ୍ଡନ କରିଛନ୍ତି ।

ଏହି ଘଟଣାରେ ଯୋଗାଣ ସହାୟକ ସୌମ୍ୟରଞ୍ଜନ ପ୍ରତିହାରୀଙ୍କ ଅସାଧୁ ଉଦ୍ଦେଶ୍ୟ ପ୍ରମାଣିତ ହେଉଛି । ଘର ନକରି ଅନ୍ୟ ଏକ ଘରର ଫଟୋ ଉଠାଇ ଦାଖଲ କରିଥିବା ଅଭିଯୋଗ ହୋଇଛି। ଏହା କିଭଳି ସମ୍ଭବ ହେଲା, ତଦନ୍ତ କରିବା ପାଇଁ ପଂଚାୟତ ଅଧିକାରୀ ସାରସ କଣା BDO ଙ୍କୁ ଜଣେଇବା ପରେ ବି ତାହା ତଦନ୍ତ ହୋଇପାରି ନାହିଁ ।
କେଉଁ ଅଧିକାରୀମାନେ ଏଥିରେ ସହ‌ଯୋଗ କରିଛନ୍ତି ତା’ର ତଦନ୍ତ କରିବାକୁ ଦାବି ହେଉଛି । ଏଥିରେ ସ୍ଥାନୀୟ ଯୋଗାଣ ସହାୟକ , କନିଷ୍ଠ ଯନ୍ତ୍ରୀ ଓ ବ୍ଲକ ଅଧିକାରୀଙ୍କ ସହଯୋଗ ରହିଛି। ଘର ନ କରି ସେ କିଭଳି ଟଙ୍କା ପାଇଲେ, ତାହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

[ ରିପୋର୍ଟ-ତପନ କୁମାର ଦଣ୍ଡପାଟ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *