ବ୍ୟାଙ୍କରୁ ଋଣ ଆଣିଥିଲେ; ସିଲ ହେଲା ଘର

ବ୍ୟାଙ୍କରୁ ଋଣ ଆଣିଥିଲେ; ସିଲ ହେଲା ଘର

Share with people

ବ୍ୟାଙ୍କରୁ ଋଣ ଆଣି ପରିଶୋଧ ନକରିବାରୁ ସିଲ ହେଲା ଗ୍ରାହକଙ୍କ ଘର | ସେଟେଲମେଣ୍ଟର ଆଶା ରଖିଥିବା ଗ୍ରାହକ ଜଣଙ୍କ ନିଜର ଘରବାଡ଼ିକୁ ହରାଇଥିବା ବେଳେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି |

JAJPUR NEWS :

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମାଣତୀର ଗାଁର ଚିତ୍ତରଞ୍ଜନ ନାୟକ ୨୦୦୭ ମସିହାରେ ବ୍ୟବସାୟ ପାଇଁ ୨୦ଲକ୍ଷ ଟଙ୍କା ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାରୁ ଋଣ କରିଥିଲେ। ମାତ୍ର କୌଣସି କାରଣରୁ ଋଣ ପରିଶୋଧ କରି ପାରି ନଥିଲେ। ବାରମ୍ବାର କୋର୍ଟଙ୍କ ନୋଟିସ ଜାରି ହୋଇଥିଲେ ସୁଦ୍ଧା ଋଣ ପରିଶୋଧ ନକରିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରସୁଲପୁର ଅତିରିକ୍ତ ତହସିଲଦାର, ଧର୍ମଶାଳା ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଘରକୁ ସିଲ କରାଯାଇଛି ।

ଅପରପକ୍ଷରେ ଚିତ୍ତରଞ୍ଜନଙ୍କ କହିବା କଥା ଯେ ସେ ପୂର୍ବରୁ ସେଟେଲମେଣ୍ଟ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ସହ ଆଲୋଚନା କରି କିଛି ଟଙ୍କା ଦେଇଥିଲେ ଯାହାର ରସିଦ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଦିଆଯାଇନାହିଁ |
ସେପଟେ ବାରବାଟୀ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ମଧ୍ୟ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଏବଂ ପୂର୍ବରୁ ସେ ଚିତ୍ତରଞ୍ଜନଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ କହିଥିଲେ ମଧ୍ୟ ଚିତ୍ତରଞ୍ଜନ ତାଙ୍କ କଥା ମାନିନଥିବା କହିଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *