ଖସିଲା ପଙ୍ଖା ଫାଟିଲା ମୁଣ୍ଡ

ଖସିଲା ପଙ୍ଖା ଫାଟିଲା ମୁଣ୍ଡ

Share with people

ମୟୁରଭଞ୍ଜ : ବିଦ୍ୟାଳୟରେ ଚାଲିଥିଲା ପାଠ ପଢା। ଅଚାନକ ଖସିଲା ଶ୍ରେଣୀଗୃହ ଭିତରେ ଲାଗିଥିବା ପଙ୍ଖା। ଫଳରେ ତଳେ ବସିଥିବା ଛାତ୍ରୀଙ୍କ ମୁଣ୍ଡରେ ବାଜି ଛାତ୍ରୀ ଗୁରୁତ୍ତର। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବାଘିଆଗଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷାରାଣୀ ବେଜ ଶ୍ରେଣୀଗୃହ ଭିତରେ ଥିଲେ। ପ୍ରଧାନଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ବେଳେ ଅଚାନକ ଶ୍ରେଣୀ ଗୃହ ଛାତରୁ ପଙ୍ଖା ଖସି ପଡିଥିଲା। ପଙ୍ଖାଟି ଆସି ପ୍ରତୀକ୍ଷାଙ୍କ ମୁଣ୍ଡରେ ବାଜିଥିଲା, ଯେଉଁଥିରେ ପ୍ରତୀକ୍ଷାଙ୍କ ମୁଣ୍ଡ ଫାଟିଥିଲା। ତୁରନ୍ତ ବିଦ୍ୟାଳୟ ଶିକ୍ଷକ ଘଟଣା ବାବଦରେ ପରିବାର ଲୋକଙ୍କୁ ଅବଗତ କରିବା ସହିତ ତୁରନ୍ତ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଏବେ ସେ ଚିକିତ୍ସାଧୀନ ରହିଛନ୍ତି।

[ରିପୋର୍ଟର – ବସନ୍ତ ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *