ସୁବର୍ଣ୍ଣପୁର : ସ୍କୁଟିକୁ ପିଟିଲା କାର, ସ୍କୁଟି ଆରୋହୀ ଗୁରୁତର l ଗୁରୁତର ସ୍କୁଟି ଆରୋହୀ ଜଣକ ହେଲେ ଉଲୁଣ୍ଡା ବ୍ଲକ ବିଶିପଡାର ଅମ୍ରିତ୍ୟ ନାରାୟଣ ବିଶି l ଆମ୍ରିତ୍ୟ ସ୍କୁଟିରେ ସୋନପୁରରୁ ନିଜ ଘର ବିଶିପଡାକୁ ଫେରୁଥିବା ସମୟରେ ମହାନଦୀ ସେତୁ ଉପରେ ସାମନାରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥଲା l ଫଳରେ ଆମ୍ରିତ୍ୟଙ୍କ ସ୍କୁଟି ଚୁରମାର ହୋଇଯାଇଥିବାବେଳେ ସେ ସ୍କୁଟିରୁ ଛିଟିକି ପଡିବା ସହ ଗୁରୁତର ଭାବରେ ଆହତ ହୋଇଥିଲେ l ଦୁର୍ଗଟଣରେ ଆମ୍ରିତ୍ୟଙ୍କ ଡାହାଣ ହାତ ଭାଙ୍ଗିଯାଇଥିବା ଜଣାଯାଇଛି lଦୁର୍ଘଟଣା ଘଟାଇ କାର ଚାଳକ କାର ଛାଡି ଘଟଣା ସ୍ଥଳରୁ ଫେରାର ମାରିଛି l ଗୁରୁତର ଆମ୍ରିତ୍ୟଙ୍କୁ ଉଦ୍ଧାର କରି ତୁରନ୍ତ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି l ସୋନପୁର ପୋଲିସ ଘଟଣା ସ୍ଥଳରେ ପହଁଚି କାର ଓ ସ୍କୁଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l

