ବାଜିରାଉତ କଲେଜ ଦୃଷ୍ଟି ହଷ୍ଟେଲରୁ ଛାତ୍ରୀ ଗାୟବ

ବାଜିରାଉତ କଲେଜ ଦୃଷ୍ଟି ହଷ୍ଟେଲରୁ ଛାତ୍ରୀ ଗାୟବ

Share with people

ବାଜିରାଉତ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ଛାତ୍ରୀ ନିବାସରୁ ଗାୟବ୍ ହୋଇ ଯାଇଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର ନାବାଳିକା ଛାତ୍ରୀ ରାଜଲକ୍ଷ୍ମୀ ଦ୍ବିବେଦୀ ।

କଲେଜ ହଷ୍ଟେଲରୁ ଛାତ୍ରୀ ଗାଏବ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ || DHENKANAL NEWS

ବାଜିରାଉତ କଲେଜ ଦୃଷ୍ଟି ହଷ୍ଟେଲରୁ ଛାତ୍ରୀ ଗାୟବ,ଥାନାରେ ଦୁଇଟି ପୁଥକ ମାମଲା । କଲେଜ ହଷ୍ଟେଲ ରୁ ଛାତ୍ରୀ ଗାୟବ,ଥାନାରେ ଦୁଇଟି ପୁଥକ ମାମଲା ।ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ଥିବା ବାଜିରାଉତ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ଛାତ୍ରୀ ନିବାସରୁ ଗାୟବ୍ ହୋଇ ଯାଇଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର ନାବାଳିକା ଛାତ୍ରୀ ରାଜଲକ୍ଷ୍ମୀ ଦ୍ବିବେଦୀ ।ସୂଚନାରୁ ଜଣାପଡିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଖ୍ୟାତି ସମ୍ପର୍ଣ୍ଣ ମହାବିଦ୍ୟାଳୟ ପରିସର ମଧ୍ୟରେ ରହିଛି ଦୁଇଟି ହଷ୍ଟେଲ ।ଗୋଟିଏ ଛାତ୍ର ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଆଉ ଗୋଟିଏ ରେ (48) ଛାତ୍ରୀମାନେ ଦୂର ଦୁରାନ୍ତରୁ ଆସି ଏଠାରେ ରହୁଛନ୍ତି ।ଭୁବନ ଏକତାଳି ପଞ୍ଚାୟତ ଅନ୍ତର୍ଗତ ଚନ୍ଦାର ଗ୍ରାମର ରାଜେଶ ଦ୍ଵିବେଦୀ ଓ ସସ୍ମିତା ଦ୍ଵିବେଦିଙ୍କ ଝିଅ ଏଠାରେ ରହି ପାଠ ପଢୁଛନ୍ତି। ସସ୍ମିତା ଝିଅ ସହିତ ଯୋଗାଯୋଗ କରିବାରୁ ଝିଅ ହଷ୍ଟେଲ ରେ ନଥିବା ଜାଣିବାକୁ ପାଇଥିଲେ ମା ।ତେଣୁ ହଷ୍ଟେଲରେ ପହଞ୍ଚି ଦାୟୀତ୍ୱରେ ଥିବା ଅଧ୍ୟାପିକା ଋତୁପର୍ଣ୍ଣା ପୃଷ୍ଟିଙ୍କ ସହିତ ଆଲୋଚନା କରିଥିଲେ। ପରେ ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଖବର ର ଗୁରୁତ୍ୱକୁ ଦେଖି ଭୁବନ ପୋଲିସ କେଶ ନମ୍ୱର୍ (୪୪୫/୨୨୫)ଆରମ୍ଭ କରିଛି ।ପ୍ରାରମ୍ଭିକ ପର୍ଯ୍ୟାୟରେ ହଷ୍ଟେଲରେ ଲାଗିଥିବା ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି ଝିଅ ରାଜଲକ୍ଷ୍ମୀ କଲେଜ ଡ୍ରେସ ପିନ୍ଧି ନ ଥିବା ବେଳେ ସାଧା ଡ୍ରେସରେ ହଷ୍ଟେଲ ବାହାରକୁ ଯାଇ ଆଉ ଫେରି ନାହାନ୍ତି । ଏନେଇ ମହାବିଦ୍ୟାଳୟ ପକ୍ଷରୁ ମଧ୍ୟ ଭୁବନ ଥାନାରେ ଏକ ଅଭିଯୋଗ କରାଯାଇଥିବା ବେଳେ କାହାର ପ୍ରତିକ୍ରିୟା ମିଳିପାରି ନାହିଁ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *