ବନ ବିଭାଗକୁ ମିଳିଲା ବଡ଼ ସଫଳତା || ଉଦ୍ଧାର ହେଲା ଜୀବନ୍ତ କୁଟୁରା, ଜବତ ହେଲା ଦେଶୀ ବନ୍ଧୁକ  || KONARK NEWS

ବନ ବିଭାଗକୁ ମିଳିଲା ବଡ଼ ସଫଳତା || ଉଦ୍ଧାର ହେଲା ଜୀବନ୍ତ କୁଟୁରା, ଜବତ ହେଲା ଦେଶୀ ବନ୍ଧୁକ || KONARK NEWS

Share with people

GANJAM- ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ବନାଞ୍ଚଳ ଗୌଡଗୋଠ ବିଟ ଅଧୀନ ଗୁନାଖାଲ ଗ୍ରାମରୁ ଏକ ଜୀବନ୍ତ କୁଟୁରା,ଦୁଇଟି ଦେଶୀ ବନ୍ଧୁକ ଓ 6ଗୋଟି ଜୀବନ୍ତ ଗୁଳି ଓ ବୋହୁ ବିସ୍ପୋରକ ପଦାର୍ଥ ଜବତ କରିଛି ବଡଗଡ ବନ ବିଭାଗ । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ ପ୍ରଦିପ କୁମାର ବେହେରାଙ୍କ ତତ୍ବାବଧାନ ରେ ବଡଗଡ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ,ଗୌଡଗୋଠ ଫରେଷ୍ଟର ସୁଭାଙ୍ଗ ରଇତ ଓ ବଡଗଡ ପୋଲିସ ମିଳିତ ଭାବେ ଗତକାଲି ସନ୍ଧ୍ୟାରେ ଗୁନାଖାଲ ଗ୍ରାମ ଉପରେ ଚଢ଼ାଉ କରିଥିଲେ,ସେଠାରୁ ଏକ ଜୀବନ୍ତ କୁଟୁରା, ଦୁଇଟି ଦେଶୀ ବନ୍ଧୁକ, 6 ଗୋଟି ଜୀବନ୍ତ ଗୁଳି ଓ ବୋହୂ ବିସ୍ପୋରକ ପଦାର୍ଥ ଜବତ କରିଥିଲେ ।ଏହି ଘଟଣା ରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତି ଗିରଫ ହୋଇନଥିବା ବେଳେ ଏହି ଘଟଣା ର ଅଧିକ ତଦନ୍ତ କରୁଥିବା ସୂଚନା ଦେଉଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣୀ ବିପାସା ପାରୁଲ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *