ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ, ଟ୍ରକ ଥାନାରେ ଅଟକ, ଉତ୍ତେଜନା ଜାରି।
ବାଇକ କୁ ଚାପିଦେଲା ଟ୍ରକ୍।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ । ଏପରି ଦୁର୍ଘଟଣା ଘଟିଛି ଝାରପୋଖରିଆ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୧୮ ଓ ୪୯ ନମ୍ୱର ମିଳନ ସ୍ଥଳ ବମ୍ବେ ଛକ ଓଭର ବ୍ରିଜ ତଳେ। ରାସ୍ତା ମଝିରେ ଶବ୍ ପଡିରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ବୃଦ୍ଧି ପାଇଛି। ଝାରପୋଖରିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ଉତ୍ୟେକ୍ତ ଳୋକଙ୍କୁ ବୁଝା ଶୁଝା କରୁଛି। ବାଇକ ରେ ସ୍ଵାମୀ ସ୍ତ୍ରୀ ଯାତାୟତ କରୁଥିବା ବେଳେ ଚାପି ଯାଇଥିଲା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ସ୍ଵାମୀ ସୁରେଶ ବିନ୍ଧାଣୀଙ୍କ ମୃତ ହୋଇଛି। ମୃତ ବିନ୍ଧାଣୀ ଙ୍କ ଘର ଚାନ୍ଧୁଆ ଥାନା ଅଞ୍ଚଳ ବୋଲି ସୂଚନା ! ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ବେଳେ ଉଭୟ ପଟରେ ରହିଛି ଶହ ଶହ ଗାଡି ଅଟକି ରହିଥିବାବେଳେ ଦେଢ଼ ଘଂଟା ପରେ ରାସ୍ତା ରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।



