ଘର,ମୋଟରସାଇକେଲ ଓ ଦୋକାନ ପରେ ଏବେ ଚୋର ମାନଙ୍କ ଟାର୍ଗେଟ୍ରେ ସରକାରୀ ବିଦ୍ୟାଳୟ ।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳାକନା ବୁଲାଇଲେ ଚୋର।

ମୟୁରଭଞ୍ଜ :ଚୋର ମାନଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନଥିବା ବେଳେ ଦିନକୁ ଦିନ ଆହୁରି ବଢିବାରେ ଲାଗିଛି।ଘର,ମୋଟରସାଇକେଲ ଓ ଦୋକାନ ପରେ ଏବେ ଚୋର ମାନଙ୍କ ଟାର୍ଗେଟ୍ରେ ସରକାରୀ ବିଦ୍ୟାଳୟ। ଏହିପରି ଘଟଣା ଦେଖିବାକୁ ମିଳୁଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ବୈଶିଙ୍ଗା ପଞ୍ଚାୟତର ଦୁର୍ଗାପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ପଣ୍ଡିତଙ୍କ ଅଭିଯୋଗ ମୁତାବକ ପ୍ରତିଦିନ ଭଳି ଶୁକ୍ରବାର ମଧ୍ଯ ବିଦ୍ୟାଳୟ ଛୁଟି ହେବାପରେ ସବୁ ରୁମକୁ ତାଲା ପକାଇ ଯାଇଥିବା ବେଳେ ଶନିବାର ସକାଳ ସ୍କୁଲ ଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ସହିତ ଅନ୍ୟ ଶିକ୍ଷୟିତ୍ରୀ ମାନେ ସକାଳ ୬.୫ମିନିରେ ବିଦ୍ୟାଳୟକୁ ଆସିଥିଲେ। ବିଦ୍ୟାଳୟର ସାମ୍ନ ଗେଟ ତାଲା ଖୋଲି ଭିତରକୁ ଗଲାବଳକୁ ସବୁ ରୁମ୍ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ଭିତରେ ଯାଇ ଦେଖିଲା ବେଳକୁ ଅଫିସ୍ ରୁମରେ ଥିବା ଆଲମିରା ଭଙ୍ଗା ହୋଇ ସେଥିରେ ଥିବା ଜିନିଷପତ୍ର ବାହାରେ ବିଛାଡି ହୋଇ ପଡିଛି। ଆଲମିରାରେ ଥିବା ସ୍କୁଲର ପାସବହି,ଦୁଇଟି samsung ଟାବଲେଟ,ଆହୁଜାର ମ୍ୟୁଜିକ ସିଷ୍ଟମ ମେସିନ ଗୋଟିଏ,ବାରଶହ ଟଙ୍କା ସମେତ ସାମ୍ସୁଙ୍ଗ କମ୍ପାନିର ୪୨” LCD କୁ ଚୋରମାନେ ଚୋରିକରି ନେଇଛନ୍ତି। ସେହିପରି ବିଦ୍ୟାଳୟ ପାର୍ଶରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ମଧ୍ଯ ତାଲା ଭାଙ୍ଗି ଏକ ଷ୍ଟାଟରକୁ ଚୋରିକରି ନେଇଛନ୍ତି। ପପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବୈଶିଙ୍ଗା ଥାନାରେ ଏକ ଲିଖିତ ଏତଲା ଦେବାପରେ ଘଟଣାସ୍ଥଳକୁ ପୁଲିସ ଆସି ସାଇଣ୍ଟିଫିକ ଟିମ ସହାୟତାରେ ବିଭିନ୍ନ ନମୁନା ସଂଗ୍ରହ କରି ତଦନ୍ତକୁ ବ୍ୟାପକ କରିଥିବା ଜଣାପଡିଛି।

