ବିଲ୍ଡିଂ ଭୁଷୁଡ଼ି ଗଲା ଜୀବନ ଚକ୍ଷୁଦାନ କଲେ ପରିବାର ଲୋକେ || KORAPUT NEWS

ବିଲ୍ଡିଂ ଭୁଷୁଡ଼ି ଗଲା ଜୀବନ ଚକ୍ଷୁଦାନ କଲେ ପରିବାର ଲୋକେ || KORAPUT NEWS

Share with people

“ଆମେ ତାଙ୍କୁ ହାରାଇଛୁ, କିନ୍ତୁ ତାଙ୍କ ଚକ୍ଷୁ ମାଧ୍ୟମରେ ସେ ଅନ୍ୟ ଜଣଙ୍କ ମନରେ ବଞ୍ଚିଥିବେ ।

ମୃତ୍ୟୁ ପରେ ମହତ ନିଷ୍ପତି

କୋରାପୁଟ ସହର ମାର୍କେଟ କମ୍ପ୍ଲେକ୍ସ ଭୁସିଡିବା ଦୁର୍ଘଟଣାରେ ୫୮ ବର୍ଷୀୟ ଲୋକନାଥ ପାତ୍ରଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ଶୋକାଚ୍ଛନ୍ନ କରିଛି। ତଥାପି ଏହି ଦୁଃଖର ମଧ୍ୟରେ ତାଙ୍କ ପରିବାର ଏକ ମାନବିକ ସନ୍ଦେଶ ଦେଇଛନ୍ତି।

ମୃତ୍ୟୁ ପରେ ପରିବାରର ସମସ୍ତଙ୍କ ସହମତିରେ ଲୋକନାଥ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି। ଏହି ଉଦ୍ୟମ ଦ୍ୱାରା ଅନ୍ୟ ଜଣେ ଦୃଷ୍ଟିହୀନ ବ୍ୟକ୍ତି ପୁଣିଥରେ ଆଲୋକ ଦେଖିବେ, ନୂତନ ଜୀବନ ଆରମ୍ଭ କରିବେ।

ପରିବାରଲୋକ କହିଛନ୍ତି – “ଆମେ ତାଙ୍କୁ ହାରାଇଛୁ, କିନ୍ତୁ ତାଙ୍କ ଚକ୍ଷୁ ମାଧ୍ୟମରେ ସେ ଅନ୍ୟ ଜଣଙ୍କ ମନରେ ବଞ୍ଚିଥିବେ। ସମସ୍ତ ପରିବାରର ସହମତି ପରେ ଆମେ ଏହି ପଦକ୍ଷେପ ନେଲୁ।” ସ୍ଥାନୀୟ ସାଧାରଣ ଲୋକେ ପାତ୍ର ପରିବାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏକପଟେ ଦୁର୍ଘଟଣାରେ ଜୀବନ ହାରାଇବାର ଦୁଃଖ, ଅନ୍ୟପଟେ ମୃତକଙ୍କ ଦାନଶୀଳତା ସମାଜକୁ ମାନବିକତାର ପାଠ ପଢ଼ାଇଛି। ଚକ୍ଷୁଦାନ କେନ୍ଦ୍ର ର କହିବା ଅନୁସାରେ, ଚକ୍ଷୁଦାନ ଦ୍ୱାରା ଅନେକ ଲୋକଙ୍କ ଜୀବନରେ ଆଲୋକ ଆଣିହେବ। ଲୋକନାଥ ପାତ୍ରଙ୍କ ପରିବାର ଏହି ପଦକ୍ଷେପ ଦ୍ୱାରା ଜନସାଧାରଣଙ୍କୁ ମଧ୍ୟ ଅଙ୍ଗଦାନ ଓ ଚକ୍ଷୁଦାନ ପ୍ରତି ପ୍ରେରିତ କରିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *