ଭିଜିଲାନ୍ସ ଜାଲରେ ଓଏଏସ୍ ଟପ୍ପର ଅଶ୍ବିନୀ କୁମାର ପଣ୍ଡା ||

ଭିଜିଲାନ୍ସ ଜାଲରେ ଓଏଏସ୍ ଟପ୍ପର ଅଶ୍ବିନୀ କୁମାର ପଣ୍ଡା ||

Share with people

15ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାମରା ତହସିଲଦାର ଥିବା ଅଶ୍ବିନୀ କୁମାର ପଣ୍ଡା ଏବଂ ତାଙ୍କ ଡ୍ରାଇଭର ||

SAMBALPUR-:୨୦୧୯ ବ୍ୟାଚ୍‌ର ଓଏଏସ୍ ଟପର୍ ତଥା ଏବେ ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଥିବା ଅଶ୍ବିନୀ କୁମାର ପଣ୍ଡା ଏବଂ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଏହି ଯୁବ ଓଏଏସ୍ ଅଧିକାରୀଙ୍କ ସହିତ ତାଙ୍କ ଡ୍ରାଇଭରକୁ ଗିରଫ କରିଛି | ବାମରା ବ୍ଲକ୍ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ଗ୍ରାମର ଭିକି ନାଏକ ଏକ ଜମି ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସ୍‌ରେ ଆବେଦନ କରିଥିଲେ । ମାତ୍ର ଏହି କାର୍ଯ୍ୟ ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ମାଗି ଆସୁଥିବା ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଦିନ ୧୧ଟାରେ ତହସିଲଦାରଙ୍କ ଡ୍ରାଇଭର ପ୍ରବୀଣ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ବାବଦ ୧୫ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ | ପଚରା ଉଚରା ପାଇଁ ତହସିଲଦାର ଶ୍ରୀ ପଣ୍ଡା ଓ ତାଙ୍କ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ଭିଜିଲାନ୍ସ ସମ୍ବଲପୁର ନେଇଥିବା ଜଣାପଡ଼ିଛି | ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *