ଚୋରି ଡକାୟତି ରୋକିବାକୁ ପୋଲିସକୁ ଅନୁରୋଧ

ଚୋରି ଡକାୟତି ରୋକିବାକୁ ପୋଲିସକୁ ଅନୁରୋଧ

Share with people

ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ଭଳି ଅନେକ ଘଟଣା I

SUBARNAPUR NEWS

ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ଭଳି ଅନେକ ଘଟଣା I ଏହି କ୍ରମରେ ସରଗଜ ଗ୍ରାମପଞ୍ଚାୟତ ମଧ୍ୟ ବାଦ ପଡ଼ିନାହିଁ I ସରଗଜ ଗ୍ରାମପଞ୍ଚାୟତରେ ପୂର୍ବରୁ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ ଉଦ୍ଦ୍ୟମ, ସରଗଜ ସ୍ମାର୍ଟ ସ୍କୁଲ ଆଗରେ ଦିନ ଡାହାଡ଼େ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ପୁଣି କିଛି ଦିନ ହେବ ଚୋରି ଭଳି ଘଟଣା ଘଟିଥିବା ନେଇ ଅଞ୍ଚଳବାସୀ ଭୟଭୀତ ଅଛନ୍ତି I ଏହାକୁ ନେଇ ଆଜି ସରଗଜ ଗ୍ରାମପଞ୍ଚାୟତ ର ବହୁ ବ୍ୟକ୍ତି ବିଶେଷ, ଯୁବକ ଏକଜୁଟ ହୋଇ ତରଭା ଥାନାକୁ ଆସି ଆଇଆଇସି ଅନିତା କିଟୋ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି I ପଞ୍ଚାୟତ ବାସୀଙ୍କ କହିବା ଅନୁସାରେ ତରଭା ପୋଲିସ ଅପରେସନ ପ୍ରହାର ଚଳାଇ କେବଳ ଗଞ୍ଜେଇ ଧରିବାରେ ବ୍ୟସ୍ତ କିନ୍ତୁ ଲୋକଙ୍କ ଧନଜୀବନ ରକ୍ଷା ପୋଲିସ୍ ର ମୁଖ୍ୟ କର୍ତବ୍ୟ I ହେଲେ ତରଭା ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଚି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ I

ଯଦି ଆଗାମୀ ଦିନରେ ପୋଲିସ ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ରୋକିବାରେ ବିଫଳ ହେଲେ ତୀବ୍ର ଆନ୍ଦୋଳନ କରିବା ସହ ରାଜରାସ୍ତା କୁ ଓଲ୍ଲହାଇବୁ ବୋଲି ଚେତାବନୀ ଦେଇଛନ୍ତି I ପ୍ରକାଶ ଥାଉ କି ପୂର୍ବରୁ ତରଭା ପୋଲିସ ତାର କାର୍ଯ୍ୟ କୁ ନେଇ ସର୍ବଭାରତୀୟ ସ୍ତରରେ ଚର୍ତୁଥା ସ୍ଥାନ ବଜାୟ ରଖି ପୁରସ୍କୃତ ହୋଇଥିଲା I ପୋଲିସ ର ନାଁ ଶୁଣିଲେ ଦୁର୍ବୃତ ମାନେ ଛାନିଆ ହୋଇ ପଡୁଥିଲେ I କିନ୍ତୁ ବର୍ତମାନ ର ଅବସ୍ଥା ଦେଖି ଜନସାଧାରଣ ମଧ୍ୟରେ ପୋଲିସ୍ ର କାର୍ଯ୍ୟ ଉପରେ ସନ୍ଧେହ ଉପୁଜୁଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *