ନା ମିଳୁଛି ବସୁଧା ଯୋଗ ପାଇପ ପାଣି ନା ମିଳୁଛି ନଳକୂପ ର ସ୍ୱଚ୍ଛ ପାଣି l ସରକାର ଙ୍କ ”ମା କୁ ସଂମ୍ମାନ ଗାଁ କୁ କାମ ” ନାରା କେବଳ ସେହି ନାରା ରେ ରହିଯାଇଛି l
ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ l
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଏଣ୍ଡୁଳାପୁର ଗ୍ରାମ ର ୬ ନମ୍ବର ୱାର୍ଡ ରେ ଦେଖା ଦେଇଛି ପାନୀୟ ଜଳ ର ସମସ୍ୟା l ଗ୍ରାମ ରେ ପ୍ରାୟ ୭୦ ପରିବାରର ୪ଶହ ରୁ ଉର୍ଦ୍ଧ୍ୱ ଲୋକ ବାସ କରନ୍ତି l କିନ୍ତୁ ତିନି ବର୍ଷ ହେବ ଅଚଳ ହୋଇପଡିଛି ଗାଁ ର ଏକମାତ୍ର ନଳକୂପ l ଫଳରେ ଲୋକେ ପୋଖରୀ ପାଣି ପାଣି ବ୍ୟବହାର କରି ଜୀବନ ବିତାଉଛନ୍ତି l ଯାହା ଫଳ ରେ ଗାଁ ର କୁନି କୁନି ପିଲା ଙ୍କ ସମେତ ବୃଦ୍ଧ, ବୃଦ୍ଧା ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି l

ଲୋକ ଙ୍କ ଅଭିଯୋଗ ସରକାର ପରେ ସରକାର ପ୍ରଶାସନ ପରେ ପ୍ରଶାସନ ବଦଳୁଛି ହେଲେ ବଦଳୁନାହିଁ ଲୋକ ଙ୍କ ଦୁଖଃ ଦୁର୍ଦଶା l ଏ ବାବଦ ରେ ପ୍ରାୟ ତିନିବର୍ଷ ହେବ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ଠୁଁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ ନିକଟ ରେ ଗୃହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି l ତେଣୁ ଦେଖିବାକୁ ବାକି ରହିଲା ଏ ଖବର ପ୍ରସାରଣ ପରେ ପ୍ରଶାସନ ର କେବେ ଭାଙ୍ଗୁଛି ନିଦ ଏବଂ କେବେ ଲୋକେ ପାଉଛନ୍ତି ବିଶୁଦ୍ଧ ପାନୀୟ ଜଳ l

