ଗଣ ବୃକ୍ଷ ରୋପଣ ପାଇଁ ବଣ୍ଟା ହେଲା ଚାରା

ଗଣ ବୃକ୍ଷ ରୋପଣ ପାଇଁ ବଣ୍ଟା ହେଲା ଚାରା

Share with people

କୋରାପୁଟ ନର୍ସରୀ ପରିସର ରେ ଗଣ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋରାପୁଟ ନର୍ସରୀ ପରିସରରେ ବିଶାଳ ଚାରା ବଣ୍ଟନ କାର୍ୟକ୍ରମର ଆୟୋଜନ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ୱାରା ପତାକା ଦେଖାଇ କାର୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଖଣ୍ଡିୟ ବନାଞ୍ଚଳ ଅଧିକାରୀ କେ ଭି ଭାସ୍କର ରାଓ, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ଶବର ସହିତ ବିଭିନ୍ନ ରେଞ୍ଜର ଅଧିକାରୀମାନେ ଉପସ୍ଥିତ ହୋଇଥିଲେ। ଅତିଥିମାନେ ଉଦବୋଧନରେ କହିଥିଲେ, ପରିବେଶ ସୁରକ୍ଷା ଓ ପରିବେଶୀୟ ସମତା ରକ୍ଷା ପାଇଁ ଗଣବୃକ୍ଷରୋପଣ ଅତ୍ୟାବଶ୍ୟକ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମେଇବା, ବର୍ଷାର ଅଭାବ, ମାଟି କ୍ଷୟ, ଓ ପରିବେଶ ହାନିକୁ ରୋକିବା ପାଇଁ ଏହି ପଦକ୍ଷେପ ବହୁତ କାର୍ଯ୍ୟକାରୀ ହେବ।କାର୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତମାନଙ୍କୁ ବିଶାଳ ପରିମାଣରେ ଚାରା ବଣ୍ଟନ କରାଯାଇଥିଲା। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଚାରା ରୋପଣ କରି ସବୁଜ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। କରିବ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *