ଅଵିଵେକୀ ପାକିସ୍ଥାନ

ଅଵିଵେକୀ ପାକିସ୍ଥାନ

Share with people

ତିନି ଦିନ ତଳେ କୁଆପଥର ମାଡ଼ରେ ଖଣ୍ଡିଆ ଖାବରା ହୋଇ ଶ୍ରୀନଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା ଇଣ୍ଡିଗୋ ବିମାନ 6E-2142 । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ ୨୨୭ ଯାତ୍ରୀ । ତେବେ ମଝି ଆକାଶରେ ଏହି ବିମାନ ସହ କଣ ଘଟିଥିଲା… କେମିତି ଝଡ଼ ଭିତରେ ପଶି ବିମାନ ଉଡ଼ାଇଲେ ପାଇଲଟ୍… ଆଉ କେତେ ନିର୍ଦ୍ଦୟ ଓ ନିଷ୍ଠୁର ସାଜିଥିଲା ପାକିସ୍ତାନ… ଆଜି ତାର ପୂରା ଖୁଲାସା କରିଛି, ଡାଇରକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍- DGCA

ଭାରତୀୟ ବିମାନକୁ ଅନୁମତି ଦେଲାନି ପାକିସ୍ତାନ । ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ । ଖରାପ ପାଗ ଯୋଗୁଁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପେସ୍‌ ବ୍ୟବହାର କରିଥାନ୍ତା ଇଣ୍ଡିଗୋ । ଏନେଇ ବିମାନର ପାଇଲଟ୍ ପାକିସ୍ତାନକୁ ଅନୁମତି ମାଗିଥିଲେ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଇଣ୍ଡିଗୋ ବିମାନରେ ଥିଲେ ୨୨୭ ଜଣ ଯାତ୍ରୀ । ଟର୍ବୁଲେନ୍ସରୁ ବଞ୍ଚିବାକୁ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍‌ ଲାଗି ଅନୁମତି ମାଗିଥିଲେ ମଧ୍ୟ ପାକିସ୍ତାନ ଦେଇନଥିଲା । ଏହା ହେଉଛି ପାକିସ୍ତାନର ଚରିତ୍ର । ପହଲଗାମ୍ ଆକ୍ରମଣ ପରଠୁ ଦୁଇ ଦେଶ ମଧ୍ୟରେ ଏଭଳି ଛକାପଞ୍ଝା ଲାଗିରହିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *