ପାଣି ପାଲଟିଛି ଜହର, ନେଲାଣୀ ୯ ଜୀବନ

ପାଣି ପାଲଟିଛି ଜହର, ନେଲାଣୀ ୯ ଜୀବନ

Share with people

ଗତ ୪ ବର୍ଷ ମଧ୍ୟରେ ୪ଜଣ ମହିଳାଙ୍କ ସହ ୫ଜଣ ପୁରୁଷ ମୋଟ ୯ଜଣ କିଡନୀ ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ବରଣ କଲେଣି । ବର୍ତ୍ତମାନ ୩ଜଣ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି

ପଣ୍ଡିଗାଁ ବସ୍ତିପଡ଼ାବାସୀଙ୍କ ପାଇଁ ଜଳ ଜହର ପାଲଟିଛି

ପଣ୍ଡିଗାଁ ବସ୍ତିପଡ଼ାବାସୀଙ୍କ ପାଇଁ ଜଳ ଜହର ପାଲଟିଛି । ଦିନକୁ ଦିନ ନିର୍ଦ୍ଦିଷ୍ଟ ଏକ ନଳକୂଅ ପାଣି ବ୍ୟବହାର କରୁଥିବାରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସୂଚନା ଅନୁସାରେ, ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପଣ୍ଡିଗାଁ ବସ୍ତିପଡ଼ାରେ ହସ୍ତଚାଳିତ ଯନ୍ତ୍ରରେ ନଳକୂଆ ଖୋଲା ଯାଇଥିଲା । ସେହିଦିନ ଠାରୁ ବସ୍ତିପଡ଼ାର ୭୦ରୁ ଅଧିକ ପରିବାର ଏହି ନଳକୂଅ ଉପରେ ଭରସା କରୁଥିଲେ । ଏହି ପାଣି ବ୍ୟବହାର କରି ଗତ ୪ ବର୍ଷ ମଧ୍ୟରେ ୪ଜଣ ମହିଳାଙ୍କ ସହ ୫ଜଣ ପୁରୁଷ ମୋଟ ୯ଜଣ କିଡନୀ ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ବରଣ କଲେଣି । ବର୍ତ୍ତମାନ ୩ଜଣ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗତ ୪ ମାସ ହେବ ଏହି ନଳକୂଅ ପାଣିରୁ ସାପ, ଚିଚ୍ଛା ସମେତ ଅନ୍ୟ ସରିସୃପ ସମେତ ଅତ୍ୟନ୍ତ ମଇଳା ଓ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁଥିବାରୁ ଲୋକେ ବ୍ୟବହାର କରିବାରେ ଭୟ କରୁଛନ୍ତି ।

ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ବସୁଧା ଯୋଜନାରୁ ଟାଙ୍କି ନିର୍ମାଣ କରାଗଲା । ଲୋକେ ଖୁସି ହେଲେ ଭାବିଲେ ଘରକୁ ଘର ପାଣି ମିଳିଯିବ । କିନ୍ତୁ ପରିତାପର ବିଷୟ ଟାଙ୍କି ନିର୍ମାଣ ଶେଷ ହେବାର ଦୀଘ ୧୦ ବର୍ଷ ବିତି ସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଏଥିପାଇଁ ପାନୀୟ ଜଳ ଯୋଗଣ ଏହି ଗାଁ ପାଇଁ ସାତ ସପନ । ଅନ୍ୟପଟେ ପଣ୍ଡିଗାଁ ପଞ୍ଚାୟତ ପକ୍ଷରୁ କଳମପୁର ମୁଖିଗୁଡ଼ା ମୁଖ୍ୟ ରାସ୍ତା କଡ଼ରେ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପ ଏବେ ଅଚଳ । ତେଣୁ ତୁରନ୍ତ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଗ୍ରାମର ପ୍ରେମଶାଳା ମାଝା, ଅଳିତ ମାଝୀ, ଗୌତମ ମାସ ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *