ଗାଧୋଇବାକୁ ପାଣି ପାଉନାହାନ୍ତି ପିଲା

ଗାଧୋଇବାକୁ ପାଣି ପାଉନାହାନ୍ତି ପିଲା

Share with people

ଯେଉଁଆଡ଼େ ଦେଖିବେ କୁଢ଼ କୁଢ଼ ଆବର୍ଯ୍ୟନା ପଡିଥିବା ଅଭିଭାବକ କହିଛନ୍ତି। ଏଠାରେ ଥିବା ଲେଟିନ ଗୁଡିକ ମଧ୍ୟ ବ୍ୟବହାର ଉପଯୋଗୀ ନଥିବାରୁ ପିଲାମାନେ ବାଧ୍ୟ ହୋଇ ବାହାରକୁ ଶୌଚ ହେବାକୁ ଯାଉଥିବା ଜଣାପଡିଛି। ହଷ୍ଟେଲର ମୁଖ୍ୟ ଫାଟକ ସବୁବେଳେ ଖୋଲା ହୋଇ ରୁହେ। ସେଠାରେ କୌଣସି ସୁରକ୍ଷା କର୍ମୀ ଜଗୁ ନଥିବାରୁ ପିଲାମାନେ ଅବାଧରେ ବାହାରକୁ ଯିବା ଆସିବା କରୁଛନ୍ତି ।

ଅବ୍ୟବସ୍ଥା ଭିତରେ କୋରାପୁଟ ଅନ୍ୱେସା ହେଷ୍ଟେଲର ଛାତ୍ର ଛାତ୍ରୀ

କୋରାପୁଟ ସହର ରୁ ମାତ୍ର ୨ କିମି ଦୂର ଗାନ୍ଧିନଗର ଠାରେ ଅଛି ଅନ୍ୱେସା ହଷ୍ଟେଲ ୨୦୧୫ ମସିହା ଓଡିଶା ସରକାର ତରଫରୁ ଅନୁସୂଚିତ ଜାତି ଓ ଜନଜାତି ପିଲା ଙ୍କ ଭଲ ଶିକ୍ଷା ପାଇଁ ଆରମ୍ଭ ହୋଇଥିଲା ଏହି ହଷ୍ଟେଲ କିନ୍ତୁ ଏବେ ଏଠାରେ ଦେଖାଯାଇଛି ଅନେକ ସମସ୍ୟା ଯାହାକୁ ନେଇ ଅବିଭାବକ ଏବେ ଚିନ୍ତା ରେ

କୋରାପୁଟ ସହର ଗାନ୍ଧିନଗର ଠାରେ ଥିବା ଏହି ଅନ୍ୱେସା ହଷ୍ଟେଲ ରେ ଜିଲ୍ଲାର ବିଭିନ୍ନ ଦୂର ଦୂର ରୁ ପ୍ରାୟ ୪୮୩ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ରହି ବିଭିନ୍ନ ସ୍କୁଲ ମାନଙ୍କରେ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ଆବାସିକ ହଷ୍ଟେଲ ରେ ୨୫୦ ଜଣ ଛାତ୍ର ଓ ୨୩୩ ଜଣ ଛାତ୍ରୀ ରହି ପାଠ ପଢୁଛନ୍ତି। ଏଠାରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କର ମୂଖ୍ୟ ସମସ୍ୟା ହେଲା ପାନୀୟ ଜଳ। ହଷ୍ଟେଲ ପରିସରରେ ପାନୀୟ ଜଳର ଘୋର ଅଭାବ ରହିଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏଠାରେ ପିଲାଙ୍କୁ ପିଇବାକୁ ପାଣି ମିଳୁ ନଥିବା ବେଳେ ପୋଷାକ ସଫା କରିବା, ଗାଧୋଇବା ପାଣି ବି ମିଳୁନି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ପିଲା ମାନେ ସପ୍ତାହେ ଲେଖାଏଁ ନଗାଧୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଆହୁରି ମଧ୍ୟ ସେମାନେ ରହୁଥିବା ରୁମ ଗୁଡିକ ନିୟମିତ ସଫା ହୁଏନି। ଯେଉଁଆଡ଼େ ଦେଖିବେ କୁଢ଼ କୁଢ଼ ଆବର୍ଯ୍ୟନା ପଡିଥିବା ଅଭିଭାବକ କହିଛନ୍ତି। ଏଠାରେ ଥିବା ଲେଟିନ ଗୁଡିକ ମଧ୍ୟ ବ୍ୟବହାର ଉପଯୋଗୀ ନଥିବାରୁ ପିଲାମାନେ ବାଧ୍ୟ ହୋଇ ବାହାରକୁ ଶୌଚ ହେବାକୁ ଯାଉଥିବା ଜଣାପଡିଛି। ହଷ୍ଟେଲର ମୁଖ୍ୟ ଫାଟକ ସବୁବେଳେ ଖୋଲା ହୋଇ ରୁହେ। ସେଠାରେ କୌଣସି ସୁରକ୍ଷା କର୍ମୀ ଜଗୁ ନଥିବାରୁ ପିଲାମାନେ ଅବାଧରେ ବାହାରକୁ ଯିବା ଆସିବା କରୁଛନ୍ତି। ବେଳେ ବେଳେ ଅସାମାଜିକ ଲୋକେ ମଧ୍ୟ ଭିତରକୁ ପ୍ରେବେଶ କରି ମଦ୍ୟ ପାନ କରନ୍ତି ବୋଲି ଅଭିଭାବକ ମାନେ କହିଛନ୍ତି। ଏଠାରେ ପିଲାଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଅଭିଭାବକ ମାନେ ବାରମ୍ବାର ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସୁନଥିବା ଅଭିଭାବକ ମାନେ କାନ୍ଦି କାନ୍ଦି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ସେ ଉକ୍ତ ହଷ୍ଟେଲରେ ପାଣିର ସମସ୍ୟା ରହିଥିବା ସ୍ୱୀକାର କରିବା ସହ ବର୍ତ୍ତମାନ କୋରାପୁଟ ଜିଲ୍ଲାର ୪ ଟି ଅନ୍ୱେସା ହଷ୍ଟେଲ ଗୁଡିକ ପାଇଁ ସରକାରୀ ଅନୁଦାନ ମିଳିଛି ଏହି ଅନୁଦାନ ବିନିଯୋଗରେ ଖୁବ ଶୀଘ୍ର କୋରାପୁଟ ଅନ୍ୱେସା ହଷ୍ଟେଲେରେ ଯେଉଁ ସବୁ ସମସ୍ୟା ରହିଛି ସେସବୁକୁ ଦୂର କରାଯିବ ଓ ପୁରୁଷ ବାଡେନ ଓ ସୁରକ୍ଷା କର୍ମୀ ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଙ୍କୁ ଜଣାଇଛୁ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରୁଛୁ ଓ ଏହା ହେଲେ ପିଲାଙ୍କ ସୁରକ୍ଷ୍ୟା ସମ୍ପର୍କିତ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *