ସୁନ୍ଦରଗଡ ଜିଲା ହେମଗିର ବ୍ଲକ୍ ଝାରପଲମ ପଞ୍ଚାୟତ ଅନ୍ତର୍ଗତ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ୍ ଲିମିଟେଡକୁ ଆବଣ୍ଟିତ କରାଯାଇଥିବା ବିଜାହାନ କୋଲବ୍ଲକ୍ ପାଇଁ ଆସନ୍ତା ଜାନୁଆରୀ ୨୨ରେ ଗ୍ରାମସଭା କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ତେବେ ବିଜାହାନ କୋଲ୍ବ୍ଲକ୍ ପାଇଁ ଝାରପଲମ ପଞ୍ଚାୟତର ଝାରପଲମ, ବିଜାହାନ,ଗିରିସିମା ଓ ଭୋଗ୍ରାକଚ୍ଛାର ଗ୍ରାମର ଜମି ଅଧିଗୃହୀତ ହେବାକୁ ଥିବାବେଳେ ୨୨ ତାରିଖ ଗ୍ରାମସଭା ପାଇଁ ଝାରପଲମ ଓ ଗିରିସିମା ଗ୍ରାମକୁ ବାଦ୍ ଦିଆଯାଇଥିବାରୁ ଝାରପଲମ ଓ ଗିରିସିମା ଗ୍ରାମବାସୀ ପ୍ରଶାସନର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରି ଗିରିସିମା ଗ୍ରାମବାସୀ ଆରଡିସିଙ୍କୁ ଏକ ଦାବିପତ୍ର ଦେଇ ଆସନ୍ତା ୨୨ ତାରିଖ ଗ୍ରାମ ସଭାକୁ ତତ୍କାଳ ଖାରଜ କରିବାକୁ ଦାବି କରିଥିଲେ। ବେଳେ ଏନେଇ ମଙ୍ଗଳବାର ଦିନ ଉପ ଜିଲାପାଳ, କମ୍ପାନୀ କତୃପକ୍ଷ୍ୟ ଓ ଗିରିସିମା ଗ୍ରାମ ବାସିଙ୍କୁ ନେଇ ଏକ ବୈଠକ ଗିରିସିମା ଠାରେ ହୋଇଥିଲା । ଏହି ବୈଠକରେ ଜିଲା ପ୍ରଶାସନ ପକ୍ଷରୁ ଅନ୍ଯ ଏକ ତାରିଖ ଧାଯ୍ୟ କରି ଝାରପଲମ ଓ ଗିରିସିମା ଗ୍ରାମ ପାଇ ଗ୍ରାମସଭା କରିବାର ପ୍ରଶାସନ ପ୍ରତିଶୃତି ଦେବାପରେ ଲୋକେ ଶାନ୍ତ ପଡିଥିଲେ ।
