କାମାୟାବି ପୁରୁବ ସୈନିକ ସଂଘ ର ତୃତୀୟ ବାର୍ଷିକ ସୈନିକ ଦିବସ ଏବଂ ପ୍ରତିଷ୍ଟା ଦିବସ ମହାଆଡମ୍ବରରେ ପାଳିତ |
କନ୍ଧମାଳ ଜିଲ୍ଲାର ଟିକାବାଲି ଏବଂ ଚକାପାଦ ବ୍ଲକର ଅବସରପ୍ରାପ୍ତ ସୈନ୍ୟ ମାନଙ୍କ ଦ୍ବାରା ଗଠିତ କାମାୟାବି ସୈନିକ ସଂଘ ର ଟିକାବାଲି ଅନ୍ତର୍ଗତ ତେନ୍ତୁଳିଗଡ଼ ନିକଟ ବାଡ଼ିକିଆ ଠାରେ ସୈନିକ ଦିବସ ଏବଂ ପ୍ରତିଷ୍ଟା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି।ଏହି କାଯ୍ୟକ୍ରମ କାମୟାବି ପୁରୁବ ସୈନିକ ସଂଘଠନର ଉପଦେଷ୍ଠା ସୁବେଦାର ମେଜର ନବିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ସଂଘଠନର ସଂପାଦକ ସୁବେଦାର ରମେଶ ଡିଗାଲ ଏବଂ ସଭାପତି ସୁବେଦାର ଉଧବ ମଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସଭାପତି ନାଇକ ସୁବେଦାର ସୁରେସନ ପ୍ରଧାନ,ସହସମ୍ପାଦକ ନାଇକ ସୁବେଦାର ପ୍ରକାଶ ସାହୁ ଏବଂ କୋଷାଦକ୍ଷ ହାବିଲଦାର ବ୍ରହ୍ମରବର ଦିଗାଲ ଏବଂ ଅନ୍ୟାନ୍ୟ ସୈନ୍ୟଅଧିକାରି ସମୂହ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗ ଦେଇ ସଂଘ ର ପ୍ରତ୍ୟକ ସମୟରେ ମୁଁ ଏହି କାମୟାବ ପୂରୁବ ସୈନିକ ସଂଘ ସହିତ ଅଛି ଏବଂ ଏହି ସଂଘ ପାଇଁ ଏକ ସଭାଗୃହ ର ଆବଶ୍ୟକ କୁ ଦୃଷ୍ଟି ଗୋଚର କରି ସଙ୍ଘ ପାଇଁ ଏକ ସଭାଗୃହ ର ନିର୍ମାଣ ପାଇଁ ଆଦ୍ୟମ ଜାରି ରଖିବାକୁ ପ୍ରତିଶୃତି ଦେଇଥିଲେ | ଏହି କାଯ୍ୟକ୍ରମରେ ଟିକାବାଲି ବ୍ଲକ,ଚକାପାଦ ବ୍ଲକ,ଘୁ.ଉଦୟଗିରି ବ୍ଲକ ଏବଂ ରାଇକିଆ ବ୍ଲକରୁ ଏକ ଶହରୁ ଉର୍ଦ୍ଧ ଅବସରପ୍ରାପ୍ତ ସୈନ୍ୟଅଧିକାରି ଯୋଗଦେଇଥିବା ବେଳେ ସମସ୍ଥ ପରିବାର ସଦଶ୍ୟ ମାନେ ଉପସ୍ଥିତ ରହିବା ସହ ୧୮ ସହିଦ ପରିବାର ଯୋଗଦେଇଥିଲେ।କାମୟାବ ପୁରୁବ ସୈନିକ ସଂଘଠନର ଜାନୁଆରି ୧୯ ରେ ଆରମ୍ଭ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଏହି ଦିନ ପ୍ରତିଷ୍ଟା ଦିବସ ଭାବେ ପାଳନ କରାଯାଇଥାଏ।ସେଷରେ ସହିଦ ପରିବାରକୁ ଅତିଥି ମାନଙ୍କ ଦ୍ବଆ ସନ୍ନମାନିତ କରାଯାଇଥିଲା। ସୈନିକ ପରିବାରର ଯୁବା ଯୁବତି ମାନଙ୍କ ଦ୍ବାରା ଆକର୍ଷଣିୟ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଏହି ଅନୁଷ୍ଠାନ ସମାଜର ମଙ୍ଗଳ ନିମନ୍ତେ ସର୍ବଦା କାର୍ଯ୍ୟ କରିବା ନିମନ୍ତେ ଯାହାକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ,ସ୍ବଛଭାରତ ଅଭିଯାନ, ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବ ବୋଲି ସଂଘଠନଳର ସଂପାଦକ ମେଜର ରମେଶ ଦିଗାଳ ସୂଚନା ଦେଇଛନ୍ତି।


