୩ରୁ ୫ ଡିଗ୍ରୀ ସେଲସିୟସ କମିବ ରାତି ତାପମାତ୍ରା
ପ୍ରବଳ ଜାଡ଼ -ଘନ କୁହୁଡ଼ି
ଘନ କୁହୁଡି ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ପୁଣି ରାଜ୍ୟବାସୀଙ୍କୁ ଥରାଉଛି ଶୀତ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ୩ ଦିନ ପରେ ଏହା କ୍ରମଶଃ ହ୍ରାସ ପାଇବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ସାତ ଦିନ ଯାଏ ପାଗ ଶୁଖିଲା ରହିବ କିନ୍ତୁ ଆସନ୍ତା ତିନି ଦିନ ଭିତରେ ଶୀତର ଲହରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଆଉ ୩ ଦିନ ପ୍ରବଳ ଜାଡ଼ । ୩ ଦିନ ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ହେବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି ।
ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ। ଆସନ୍ତାକାଲି କେନ୍ଦୁଝର,ଝାରସୁଗୁଡ଼ା,କଳାହାଣ୍ଡି,ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କୁହୁଡି ହେବ । ସେହିପରି ୧୦ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ କହୁଡ଼ି ହେବ । ୧୧ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
