
ସୁନ୍ଦରଗଡ:ସୁନ୍ଦରଗଡ ଜିଲ୍ଲା ହେମଗିର ଫରେଷ୍ଟ ସେକ୍ସନ ଅଫିସ ପରିସରରେ ସୁନ୍ଦରଗଡ଼ ଖଣ୍ଡିୟ ସ୍ତରୀୟ ପରିଚାଳନା ଏକକ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ଦ୍ୱାରା ହେମଗିର ଓ କୋଡ଼ବାହାଲ ଫରେଷ୍ଟ ସେକ୍ସନରେ ଥିବା ବନ ସୁରକ୍ଷା ସମିତିର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅତି ଗରିବରୁ ଗରିବ ଶ୍ରେଣୀର ଲୋକଙ୍କୁ ନେଇ ଏକ ଦିବସିୟ ମହୁଲ ଫୁଲର ମୂଲ୍ୟ ଯୁକ୍ତ ପ୍ରକ୍ରିୟା କରଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସର୍ବମୋଟ ୫୦ଜଣ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ | ଏହି ପରିପେକ୍ଷିରେ କ୍ଷେତ୍ରୀୟ ପରିଚାଳନା ଏକକ ହେମଗିରର ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଏକ, ହେମଗିର ସେକ୍ସନ ବନପାଳ ସଞ୍ଜୟ କୁମାର ନାଏକ, ଖଣ୍ଡିୟ ପରିଚାଳନା ଏକକ ସୁନ୍ଦରଗଡ ବନଖଣ୍ଡରୁ ବିଷୟ ଗତ ବିଶେଷଜ୍ଞ ଗୋପାଳ ଶୁକ୍ଲା, ,ଜିଲ୍ଲା ପରିଷଦ ସଭ୍ୟା ମହିମା ସେଠ ଓ ହେମଗିର ସମିତି ସଭ୍ୟା ମାନସୀ ଦର୍ଜୀ,ସେବକ ଏନଜିଓରେ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ମହୁଲ ଫୁଲର ପ୍ରକ୍ରିୟା କରଣ ଦ୍ୱାରା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପୁଷ୍ଠିକର ଖାଦ୍ୟ ପ୍ରସ୍ତୁତି, ବ୍ୟବହାର ଓ ବଜାର ସଂଯୋଗୀ କରଣ ମାଧ୍ୟମରେ ବିଶେଷ ଲାଭବାନ ହୋଇ ପାରିବେ ବୋଲି ସମସ୍ତେ ମତାମତ ଦେଇଥିଲେ | ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଏହିଭଳି ଉଦ୍ୟମକୁ ସମସ୍ତଙ୍କ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଥିଲା | ଏହି ଅବସରରେ ମହୁଲରେ ତିଆରି ପିଠା,ବିସ୍କୁଟ,କେକ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ତିଆରି କରି ଲୋକେ ଉପକୃତ ହୋଇପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
