ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Share with people

ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଏମଭି 9 ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ପ୍ରାୟ ତିନି ଶହ ଜଣ ଛାତ୍ର ଛାତ୍ରୀ । ହେଲେ ସେମାନଙ୍କୁ ପାଠ ପଢାଇବା ଲାଗି ବିଦ୍ୟାଳୟରେ ଅଛନ୍ତି ମାତ୍ର ଚାରି ଜଣ ଶିକ୍ଷକ । ସେ ମଧ୍ୟରୁ ଜଣେ ଦୁଇ ଜଣ ଛୁଟିରେ ରହି ଗଲେ ପାଠ ପଢା ଠପ୍ ହୋଇ ଯାଉଛି । ଶିକ୍ଷକଙ୍କ ପଦବୀ ପୂରଣ ପାଇଁ ବାରମ୍ବାର ଗାଁ ଲୋକେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ହେ ବର୍ତ୍ତମାନ ସୁଦ୍ଧା ଶିକ୍ଷକ ନିଯୁକ୍ତି ହୋଇପାରି ନାହିଁ । ଯାହା ଫଳରେ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ପିଲାଙ୍କୁ ବାହାରେ ବସାଇ ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ । ଘଟଣା ପରେ ମାଲକାନଗିରି ତହସିଲଦାର ବିଦ୍ୟାଳୟରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ସହ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

[ ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *