ଖାଲରେ ଫସିଲା କାର;ଧରା ପଡ଼ିଲା ଗଞ୍ଜେଇ

ଖାଲରେ ଫସିଲା କାର;ଧରା ପଡ଼ିଲା ଗଞ୍ଜେଇ

Share with people

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଭର୍ତ୍ତି କାରକୁ ଗୋଡେଇ ଗୋଡେଇ ଧରିଲା ପୋଲିସ ।

ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲୁଛି । ଯାହା ଯୁବ ସମାଜକୁ କବଳିତ କରିବାରେ ଲାଗିଛି । କେତେବେଳେ ଧଳା ଜହର କାରବାର ହେଉଛି ତ କେତେବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହାରି ଭିତରେ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗୋଡେଇ ଗୋଡେଇ ଧରିଲା ପୋଲିସ । 49 ନଂ ଜାତୀୟ ରାଜପଥ ଦୁଆରଶୁଣି ଘାଟି ପଟରୁ ଆସୁଥିବା ଏକ ହୁଣ୍ଡାଇ ଆଉରା OD02BT 7293 ନଂଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ତେବେ ସେହି VIP ଦାମୀ କାର ଟି ପୋଲିସକୁ ଦେଖି ହୋଡ଼ବୋଡେ଼ଇ ଯାଇ ଦ୍ରୁତଗତିରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ମଣଦା କ୍ରେସର ପଟକୁ ଚାଲି ଯାଉଥିବା ବେଳେ ଗୋଟିଏ ଗର୍ତ୍ତରେ ପୋଡି ଯିବାରୁ ପିଛା କରୁଥିବା ପୋଲିସ ଦାମୀ କାର ସହ ଦୁଇ ଜଣଙ୍କ ଉପରେ ମାଡି ବସିଥିଲା ପୋଲିସ। ତେବେ କାର ଭିତରେ ଥିବା ଦୁଇ ଜଣ ହେଉଛନ୍ତି କଟକ ଜିଲ୍ଲା ମାନିଆ ବନ୍ଧ ଥାନା ଅନ୍ତର୍ଗତ କାଶିକିରାଇ ଗ୍ରାମର ସରଙ୍ଗ ଧର ସେଟଙ୍କ ପୁଅ କୁନା ସେଟ ଓ ଅନ୍ୟ ଜଣେ ହେଉଛନ୍ତି ସେହି କଟକ ଜିଲ୍ଲା କାଶିକିରି ଗ୍ରାମର ବଳଭଦ୍ର ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ବୋଲି ପଲିସ ସୂଚନା ଦେଇଛନ୍ତି । ବାଙ୍ଗରିପୋଷି ପୋଲିସ ଥାନାକୁ ଆଣି ଅଟକ ରଖି କାର୍ ଟି ଯାଞ୍ଚ କରିବାରୁ କାରର ଡିକି ଭିତରୁ ୧୧୬ କି 96 ଗ୍ରାମ ଓଜନର ଗଞ୍ଜେଇ ବାହାରି ଥିଲା । ତେବେ ସମ୍ବଲପୁରରୁ ଗଞ୍ଜେଇ ନେଇ ବାରିପଦା ଅଭିମୁଖେ ଯାଉଥିବା ବେଳେ ମାଡି ବସିଲା ପୋଲିସ । ସମ୍ବଲପୁର ,ବରଗଡ଼ ରୁ ପ୍ରତିଦିନ VIP କାରରେ ମୟୁରଭଞ୍ଜ ଜିଲ୍ଲାର 18 ଓ 49 ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ,ଝାରଖଣ୍ଡ କୁ ଚାଲାଣ କରାଯାଉଛି କିନ୍ତୁ ପୋଲିସ ଟେର ପାଉ ନ ଥିଲା। ପୋଲିସର ପଚରାଉଚରାରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମାନେ ସମ୍ବଲପୁରରୁ ଗଞ୍ଜେଇ ନେଇ ମୟୁରଭଞ୍ଜକୁ ଆସିଥିଲେ । ଏନେଇ ବାଙ୍ଗରିପୋଷି ପୋଲିସ PS CASE NO- 270/10/11/2024ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରା ଯିବ ବୋଲି SDPO ଦାମୋଦର ପ୍ରଧାନ କହିଛନ୍ତି । ତେବେ ସକାଳ ୧୦ ଟାରେ ଗଂଜେଇ ଗାଡି କୁ ପୋଲିସ ଜବତ କରିଥିବା ବେଳେ ରାତି 8 30 ରେ ଗଣମାଧ୍ୟମ କୁ ସୂଚନା ଦେବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଗଞ୍ଜେଇ ମାଫିଆ ସହିତ ପୋଲିସର ଭିତିରି ସମ୍ପର୍କ ଥାଇପାରେ ବୋଲି ସନ୍ଦେହ ।

[ ରିପୋର୍ଟ- ତପନ କୁମାର ଦଣ୍ଡପାଟ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *