ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ରାଉରକେଲା ଗସ୍ତ ଆସିଥିଲେ। ସକାଳେ ବୈଷ୍ଣ ଦେବୀ ମନ୍ଦିର ଯାଇ ଦେବୀମାଁଙ୍କ ଦର୍ଶନ କରି ଦିନ ଆରମ୍ଭ କରିଥିଲେ। ପରେ ସେ ଛିଣ୍ଡ୍ ସ୍ଥିତ ବିର୍ସା ମୁଣ୍ଡା ଇଣ୍ଟରନେସନାଲ ହକି ଷ୍ଟଡିୟମ୍ ଯାଇ ଅଥଲେଟିକ୍ସ ଦୌଡ଼ କୁଦ ଓ ହକି ଖେଳର ଅନ୍ତେବାସୀ କ୍ରୀଡାବିତଙ୍କ ସହ ଆଲୋଚନା କରିଥିଲେ। କ୍ରୀଡାବିତଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ, ପୋଲିସ ଏସପି ନୀତେଶ ୱାଡୱାନି, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବ ହକି ତାରକା ପ୍ରବୋଧ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ସୁରଜ୍ ଅନ୍ତେବାସୀ ଖେଳାଳିଙ୍କ ଅସୁବିଧା ଶୁଣି ସେ ବିଷୟରେ ଅତିଶିଘ୍ରର ତାର ସମାଧାନ ପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ। ଖେଳାଳି ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ତରଫରୁ ସବୁପ୍ରକାର ସାହାଯ୍ୟ କରିବାର ଦୃଢକ୍ତୀ ପ୍ରକାଶ କରିଥିଲେ। ଆଉ ମଧ୍ୟ କହିଥିଲେ କ୍ରୀଡାର ଭିତ୍ତିଭୂମିର ସର୍ବାଙ୍ଗୀନ ଉନ୍ନତି ଆବଶ୍ୟକ ଅଛି ଓ ତାସହିତ କ୍ରୀଡାବିତ୍ ମାନଙ୍କର ମଧ୍ୟ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ସୁବିଧା ସୁଯୋଗ ଅଛି ତାର ମଧ୍ୟ ଉନ୍ନତି ଓ ଆଧୁନୀକରଣର ଆବଶ୍ୟକ ଅଛି । ଅନ୍ତେବାସୀ କ୍ରୀଡାବିତଙ୍କ କହିବା ଅନୁସାରେ ମନ୍ତ୍ରୀଙ୍କ ସହିତ ଏପରି ଆଲୋଚନା ତାଙ୍କ ପାଇଁ ପ୍ରଥମ ଓ ଏଥିପାଇଁ ସେମାନେ ବହୁତ ଖୁସି ଓ ମନ୍ତ୍ରୀଙ୍କ ଏହି ଗସ୍ତ ସମସ୍ତ ଅନ୍ତେବାସୀ କ୍ରୀଡାବିତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି ।
