
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ନିଶ୍ଚିନ୍ତା ପଞ୍ଚାୟତର ଚୁଆ ପାଣି ଗ୍ରାମରୁ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି। ଶିମିଳିପାଳ ପାଦଦେଶରେ ଥିବା ଏହି ଅଞ୍ଚଳରୁ ୪ଟି ଅହିରାଜକୁ ଉଦ୍ଧାର କରି ସାରିଲେଣି ବୋଲି ରେଞ୍ଜର ମହେଶ୍ଵର ସିଂ କହିଛନ୍ତି। ସୋମବାର ଚୁଆ ପାଣି ଗ୍ରାମରେ ଥିବା ରତନ ସିଂ ଘର ଭିତରେ ଅହିରାଜ ପଶିଥିବା ରେଞ୍ଜର ଶ୍ରୀ ସିଂଙ୍କୁ ଗ୍ରାମବାସୀ ଖବର ଦେଇଥିଲେ। ବନକର୍ମଚାରୀ ତପନ ବେହେରା ଓ ତପନ ନାଏକ ପହଞ୍ଚି ଅଜଗରକୁ ଧରିବାକୁ ପ୍ରଥମେ ଚେଷ୍ଟା କରି ବିଫଳ ହୋଇଥିଲେ। ସାପଟି ରାସ୍ତା ପାର ବେଳେ ଉଦ୍ଧାର କରାଯାଇ ଶିମିଳିପାଳ ପାଦଦେଶରେ ଥିବା ବିଦୁ ଭଣ୍ଡାର ଜଙ୍ଗଲରେ ଛାଡି ଦିଆ ଯାଉଛି ବୋଲି ରେଞ୍ଜର ଶ୍ରୀ ସିଂ କହିଛନ୍ତି। ସାପଟି ଲମ୍ବ ୧୧ ଫୁଟ ରହିଥିବା ବେଳେ ଓଜନ ପ୍ରାୟ ୧୦ କେଜି ।