ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେଞ୍ଜ ଅଧିନରେ ଲରମ୍ଭା ଫରେଷ୍ଟ ସେକ୍ସନ ଗଡିଆଜୋର ଗା ନିକଟ ରେ ପୁଣି ଏକ ଗଜରାଜ କୁ ଟାର୍ଗେଟ କରାଯାଇଛି । ବିଦ୍ୟୁତ ତାର ଲଗାଇ ଦୁର୍ବୁତ୍ତ ଗଡିଆଜୋର ଗାଁ ଡ୍ୟାମ ନିକଟରେ ଦନ୍ତା ହାତୀ କୁ ହତ୍ଯା କରିଛନ୍ତି । ଆଜି ସକାଳୁ ଏ ବିଷୟ ରେ ଖବର ପାଇ ବନବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହାତୀ ମାନଙ୍କ ଗତିବିଧି ଉପରେ ଅନୁଧ୍ୟାନ ପାଇଁ ଗଜସାଥି ନିୟୋଜିତ ହୋଇଛନ୍ତି । ବନବିଭାଗ ର ଫରେଷ୍ଟଗାର୍ଡ ଏବଂ ଫରେଷ୍ଟର ଦିନରାତି ହାତୀ କୁ ଟ୍ରାକ କରି ରିପୋର୍ଟ ପ୍ରଦାନ ପାଇଁ ନୀୟମ ଥିଲେ ସୁଦ୍ଧା ବନବିଭାଗ ର ଚରମ ଅବହେଳା ଅନୁମାନ ହେଉଛି !


