ପୋକଲିନ ମେସିନ ଜାଳିଦେଲେ ଦୁର୍ବୃତ୍ତ; କାରଣ ଅସ୍ପଷ୍ଟ

ପୋକଲିନ ମେସିନ ଜାଳିଦେଲେ ଦୁର୍ବୃତ୍ତ; କାରଣ ଅସ୍ପଷ୍ଟ

Share with people

ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁରସ୍ଥିତ ନାଗାବଳୀ ନଦୀ ବାଲିଘାଟରେ ଥିବା ଏକ ପୋକଲିନ ମେସିନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ନିଆଁ ଲାଗି ପୋକଲିନ ମେସିନର ଅନେକ ଅଂଶ ପୋଡି ନଷ୍ଟ ହୋଇଯାଇଛି।‌ ଏଥିସହ ସେଠାରେ ଥିବା କିଛି ସାମଗ୍ରୀ ଚୋରି ହୋଇଛି। ଖବରପାଇ ଘଟଣାସ୍ଥଳରେ ଶେଷଖାଲ ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି । ତେବେ କିଏ ଓ କାହିଁକି ନିଆଁ ଲଗାଇଛନ୍ତି ତାହା ଜଣାପଡ଼ିନାହିଁ। ବ୍ଯବସାୟୀକ ଶତ୍ରୁତା କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଏହିଭଳି କାଣ୍ଡ କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ନଦୀ ଗର୍ଭରୁ ମେସିନ ଲଗାଇ ବାଲି ଉଠାଣ ନେଇ ପୂର୍ବରୁ ଯେଉଁ ଅଭିଯୋଗ ହେଉଥିଲା ତାହାର ସନ୍ଦେହ ଘନୀଭୂତ ହୋଇଛି। ହଂସା, ପ୍ରତାପପୁର, କେରେଡା ବାଲିଘାଟ ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ଅତି ନିକଟରେ ଥିବା ଯୋଗୁଁ ପ୍ରତିଦିନ ଏଠାରେ ମେସିନ ଲଗାଇ ବାଲି ଉଠାଣ ସହିତ ଚୋରାଚାଲାଣ ନେଇ ଲଗାତାର ଅଭିଯୋଗ ହେଉଥିଲା। ତେବେ ବାଲିଘାଟ କର୍ମଚାରୀ କୋଲା ଅଶୋକ ଲିଖିତ ଅଭିଯୋଗ କରିବା ପରେ କେସ୍ ନମ୍ବର ୧୨୨ ରେ ମାମଲା ରୁଜୁ କରିଛି ପୁଲିସ। ଏ ନେଇ ଶେଷଖାଲ ଥାନା ଆଇଆଇସି ମୁନି ଆଚାର୍ଯ୍ୟ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି ।

[ ରିପୋର୍ଟ-ପ୍ରଫୁଲ୍ଲ କୁମାର ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *