ଅଖରୁ ବାହାରିଲା କୁକୁରର ଶବ

ଅଖରୁ ବାହାରିଲା କୁକୁରର ଶବ

Share with people

ଧାଇଁ ଆସ ହୋ ଧାଇଁ ଆସ……ମିଛୁଆ ରାଧା ଗପଭଳି ଭାବିଥିଲେ; ମଣିଷ ମୃତ ଶରୀର ବଦଳରେ ବାହାରିଲା କୁକୁରର ମୃତଦେହ I

ମୟୂରଭଞ୍ଜ ଏବଂ ବାଲେଶ୍ଵର ଜିଲ୍ଲାର ସୀମା ନିକଟରେ ଥିବା ପାଣିନଗର ନିକଟ କ୍ୟାଥୋଲିକ ଚର୍ଚ୍ଚ ପଡ଼ିଆରେ ଏକ ଶବ ଦାହ କରିବାକୁ ଆସିଥିବା ଲୋକେ ଏକ ସନ୍ଦିଗ୍ଧ ବନ୍ଧା ଅଖାକୁ ଦେଖି ଥିଲେ। ଆଉ ସେଥିରୁ ରକ୍ତ ବାହାରୁଥିବା ଦେଖି ଏହା ଏକ ମଣିଷକୁ ହତ୍ୟା କରାଯାଇ ଅଖାରେ ପୁରାଇ ଫିଙ୍ଗି ଥିବା ସନ୍ଦେହ କରିଥିଲେ। ତେବେ ଚାହୁଁ ଚାହୁଁ ଅଖାରେ ମୃତ ଦେହଥିବା ଶୁଣି ଆଖପାଖ ଅଞ୍ଚଳର ଲୋକ ମାନେରୁଣ୍ଡ ହୋଇଥିଲେ।ଆଉ ସଂଗେ ସଂଗେ ଲୋକେ ବସ୍ତା ପୋଲିସ କୁ ଫୋନ ଯୋଗେ ଖବର ଦେଇଥିଲେ। ଖବର ପାଇ ଅମର୍ଦା ରୋଡ଼ ପାଣ୍ଡିରୁ ପୋଲିସ ବାବୁ ପହଞ୍ଚି ଘଟଣାଟିକୁ ଅନୁଧ୍ୟାନ କରି ଅଖା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ଥିଲେ।ଲୋକେ ଅଖାରେ ମୃତ ଶରୀର ବାହାରିବ ଭାବି ଅଖାକୁ ଚାହିଁଥିଲାବେଳେ ଅଖାକୁ ଖୋଲିବାକୁ ଯାଇଥିବା କର୍ମଚାରୀ ମଧ୍ୟ ମୃତ ଶରୀରର ଅଛି ବୋଲି ଚାହିଁ ଥିଲେ। ଆଉ ଅଖା ଯେତେବେଳେ ଖୋଲାଗଲା, ସେଥିରୁ ଏକ ବୁଲା କୁକୁରର ଦୂର୍ଗନ୍ଧ ଶବ ବାହାରିଥିଲା। ଯାହା ଫଳରେ ସେଠାରେ ଏକ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କୁକୁର ର ଶବଟିକୁ କେହି ଏକ ଅଖାରେ ପୂରାଇ ମାଲବୁହା ଅଟରେ ବହିଆଣି ଲଟାତଳେ ଫିଙ୍ଗି ଦେଇଥିବା ସ୍ପଷ୍ଟ ହୋଇଛି। କିନ୍ତୁ ପୋଲିସ ଆସି ଅଖାଖୋଲି ଲୋକଙ୍କ ମନରୁ ସନ୍ଦେହର ପରଦା ହଟାଇଥିଲେ I

[ ରିପୋର୍ଟ- ଜ୍ଞାନ ରଞ୍ଜନ ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *