ଟ୍ରଲରରକୁ ଧକ୍କା ଦେଲା ମାରୁତି ଭେନ; ୫ମୃତ ,୫ ଗୁରୁତର

ଟ୍ରଲରରକୁ ଧକ୍କା ଦେଲା ମାରୁତି ଭେନ; ୫ମୃତ ,୫ ଗୁରୁତର

Share with people

ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ କନ୍ଦାଧୁଡା ଓ ଟପରିଆ ରାସ୍ତାରେ ଏକ ଛିଡା ହୋଇଥିବା ଟ୍ରଲରର ପଛକୁ ମାରୁତି ଇକୋ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ହେମଗିର ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଛତିଶଗଡର ରାଜ୍ୟ ସ୍ଥିତ ଚକାବାହାଲକୁ କୃଷ୍ଣ ଗୁରୁ କିତ୍ତନ କରି କନ୍ଦାଧୁଡାକୁ ଫେରୁଥିବା ସମୟରେ ଏକ ଛିଡା ହୋଇଥିବା ଟ୍ରଲରରକୁ ମାରୁତି ଇକୋ ପଛପଟୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହେମଗିର ସ୍ଵାସ୍ଥ୍ୟକେନ୍ଦ୍ରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ ସ୍ଥିତ ରାଇଗଡ଼ର ଠାରେ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁଘଟଣାରେ ଅନ୍ୟ ୫ ଜଣେ ଗୁରୁତର ଭାବରେ ହେମଗିର ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ସହିତ ଲୋକେ ରାସ୍ତା ରୋକ କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *