ଗୁଡାରି ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

ଗୁଡାରି ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

Share with people

ସୋମବାର ସକାଳ ପ୍ରାୟ 7ଘଟିକାରେ ଗୁଡାରି ବନ ବିଭାଗ କର୍ମଚାରୀ ପେଣ୍ଡିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରଙ୍ଗାମାଟି ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ନିକଟସ୍ଥ ବିଲରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ଗୁଡାରି ପଶୁ ଚିକତ୍ସାଳୟ ରେ ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସମ୍ପୃକ୍ତ ଭିଏସଙ୍କ ଠାରୁ ଫିଟନେସ ସାର୍ଟିଫିକେଟ ଆଣିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରାତ୍ର ପ୍ରାୟ ୮ ଘଟିକାରେ ଅନ୍ଧାରଲିମା ସଂରକ୍ଷିତ ଜଙ୍ଗଲରେ ସମ୍ପୂର୍ଣ ସୁରକ୍ଷା ବଳୟରେ ଛାଡିଥିଲେ। ACF ରାୟଗଡା ସନ୍ଦୀପ ପୃଷ୍ଟିଙ୍କ ଉପସ୍ଥିତିରେ ଗୁଡାରି ରେଞ୍ଜର ଦିଲ୍ଲୀପ କୁମାର ପଟନାୟକ ଏବଂ ବନ ବିଭାଗ କର୍ମଚାରୀଙ୍କ ସହଯୋଗରେ ଉଦ୍ଧାର କରାଯାଇଥିବା ବଜ୍ରକାପ୍ତା ଛଡ଼ାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି ।

[ ରିପୋର୍ଟ-ପ୍ରଫୁଲ୍ଲ କୁମାର ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *