ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ଜୁବଲି ହିଲର ନୋଟାରି କ୍ଲବ ଓ ମନୋହରପୁର ବିଜିଆର କମ୍ପାନୀର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ସହିତ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ଏହି ଅବସରରେ ହେମଗିର ବ୍ଲକ ସ୍ଥିତ ଲଇକେରା,ସରବାହାଲ,କିରିପସିରା ଓ ଡୁରୁବଗା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଏହା ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକର ସଭାପତି ବାଲକୋଟି ରେଡି,ବିଜିଆର କମ୍ପାନୀର ଜିଏମ ଚନ୍ଦ୍ର ଭାନୁ,ସାନଘୁମୁଡା ପଞ୍ଚାୟତର ସରପଞ୍ଚ ରେବତି ଛତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୨୬୭ ଜଣ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବ୍ୟାଗ ସହିତ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା ।
