ଜୋର୍ ଧରିଲା ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ।
କୋରାପୁଟରେ ଜୋରଦାର ଜନ ଆନ୍ଦୋଳନ :
କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ବନ୍ଦ ଡାକରା I ଆଜି ଅଭିବକ୍ତ କୋରାପୁଟ ଜିଲ୍ଲା ସମେତ କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକ ଖୁଲମଖୁଲା ସମର୍ଥନ ଦେଇଥିବାରୁ ଆଜି ସକାଳ ୬ ଘଣ୍ଟା ଠାରୁ ଲକ୍ଷ୍ମୀପୁର ବ୍ଲକ ଆମ୍ବେଦକର ଛକ ଠାରେ ସର୍ବଦଳୀୟ ସମର୍ଥନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା ଓ ବିଜେଡି ଦଳର କୋରାପୁଟ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଝିହ୍ନ ହିକକାଙ୍କ ନେତୃତ୍ୱରେ ଶହ ଶହ ଅଞ୍ଚଳ ଭାସି ଯୋଗ ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାରୁ କୋରାପୁଟ ଓ ରାୟଗଡା ଯିବା ଆସିବା ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଛି। ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ମୁଖ୍ୟ ଦାବି ହେଲା ଜିଲ୍ଲା ଭିତିରେ ଗ୍ରୁପ୍ C ଓ D ପଦବୀ ଗୁଡିକ ନିଯୁକ୍ତି ଦିଆଯାଉ। ଏହି ବନ୍ଦ ପାଳନ ଦ୍ଵାରା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚୋରୋଟି ବ୍ଲକର ଦୋକାନ ବଜାର ବନ୍ଦ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ, ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି । ଏହାଫଳରେ ଜିଲ୍ଲାର ଯୁବକ ଯୁବତୀ କର୍ମସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲାରେ ୯୨୨ରୁ ମାତ୍ର ୪୦ ଜଣ ଏବଂ ନବରଙ୍ଗପୁରରେ ୮୬୦ରୁ ୧୩୪ ଜଣ ଜିଲ୍ଲାର ପ୍ରାର୍ଥୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳିପାରିନାହିଁ ।
