50କ୍ବିଣ୍ଟାଲ ଓଜନର ସାର୍କ ମାଛ,ଦେଖିବାକୁ ଲାଗିଛି ଭିଡ଼ || BALASORE NEWS

50କ୍ବିଣ୍ଟାଲ ଓଜନର ସାର୍କ ମାଛ,ଦେଖିବାକୁ ଲାଗିଛି ଭିଡ଼ || BALASORE NEWS

Share with people

ବାଲେଶ୍ଵର ଜିଲ୍ଲା ଭୋଗରାଇର ମନୋରମ ବେଳାଭୂମି ତାଳସାରୀରେ ଗତ କାଲି ରାତିରେ ପ୍ରାୟ ୩୦ ଫୁଟ ଲମ୍ବର ଏକ ଶାଙ୍କୁଚ (ସାର୍କ )ଲାଗିଛି। ମାଛଟିର ଗୋଲେଇ୧୪ ଫୁଟ୍‌ରୁ ଅଧିକ ହେବା ସହ ଓଜନ ପ୍ରାୟ ୫୦ କୁଇଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତାଳସାରୀରେ ପ୍ରଥମ ଥର ପାଇଁ ଏଭଳି ବିଶାଳକାୟ ମାଛ ଦେଖୁବାକୁ ମିଳିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ୍ ର ସାହାବାଜିପୁର ପଞ୍ଚାୟତ ଅଧୀନ ସେହି ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ଜଣ ମତ୍ସ୍ୟଜୀବୀ ବୁଧବାର ସକାଳେ ମାଛ ଧରିବାକୁ ସମୁଦ୍ରକୁ ବାହାରି ଯାଇଥିଲେ। କୂଳଠାରୁ ପ୍ରାୟ ୭ କିଲୋମିଟର ଦୂର ରେ ମାଛ ଧରିବାକୁ ଜାଲ ବିଛାଇଥିଲେ। ଜାଲ ଟାଣିବା ବେଳକୁ ଅନ୍ୟ ମାଛ ସହ ଏହି ବିଶାଳକାୟ ମାଛଟି ମଧ୍ୟ ଆସିଥିଲା। ମାତ୍ର ସତେବେଳକୁ ମାଛଟି ମରି ଯାଇଥିଲା।
ଅଳ୍ପବାଟ ଟାଣି ଆଣିବା ପରେ ଆଉ ସମ୍ଭବ ନ ହେବାରୁ ଭୁଟୁଭୁଟି ସହାୟତାରେ ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ର ଅଭିମୁଖେ ଆଣିଥିଲେ। ମାତ୍ର କୂଳଠାରୁ ପ୍ରାୟ ୫୦ ଫୁଟ୍ ଦୂରରେ ଅଳ୍ପ ଜଳରୁ ଆଉ ଉପରକୁ ଆଣିବା ବା ସମ୍ଭବ ହୋଇ ନଥିଲା । ଫଳରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଲୋକ ଦୌଡ଼ିରେ ବାନ୍ଧି ଉପରକୁ ଆଣିବାକୁ ଉଦ୍ୟମ କରିଥିଲେ ‌ ମଧ୍ୟ ବିଫଳ ହୋଇଥିଲେ।ଏତେବଡ଼ ମାଛ ଆଗରୁ କେବେ ଦେଖିନଥିବାରୁ ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *