
ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗିରଫ।ଦୁଇଟି ବନ୍ଧୁକ ସହିତ ୨୦ଟି ଜୀବନ୍ତ ଗୁଳି ଉଦ୍ଧାର। ୨୪ ଘଣ୍ଟା ଭିତରେ ବାଲେଶ୍ୱର ପୁଲିସକୁ ମିଳିଛି ବଡ ସଫଳତା। ଗତକାଲି ବୁଧୁବାର ଦିନ ରାତିରେ ସୋର ଥାନା ଦୟାନିଧିପୂର ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘରୁ ୯ ଜଣ ଦୁର୍ବୁତ୍ତ ଘରେ ପଶି ଘରଲୋକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରିଥିଲେ। ପରେ ଗାଁ ଲୋକ ଆସିଯିବାରୁ ଗୁଳି ଫୁଟାଇ ଦୁଇ ଜଣଙ୍କୁ ଆହତ କରି ଫେରାର ହୋଇଯାଇଥିଲେ। ସବୁଠାରୁ ବଡ କଥା ଗୋଟିଏ ସ୍କଚ ମ୍ୟାପ ଦ୍ୱାରା ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିର ଫୋଟ ଜାରି ହୋଇଥିଲା। ଏହି ଫୋଟକୁ ଆଧାରକରି ପୁଲିସ ତଦନ୍ତ ଜାରି କରିଥିଲା। ପରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ବାଗୁଡି ଅଂଚଳରେ ଥିବା ବେଳେ ତାକୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଅପରାଧୀ ଜଣଙ୍କୁ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାର ଦୁଇ ଦୁଇ ଥର ଏନକାଉଣ୍ଟର କରାଯାଇଥିଲା। ପୁଣି ବାପି ଜେଲରୁ ବାହାରିବା ପରେ ଗତ କିଛିଦିନ ମଧ୍ୟରେ କାୟା ବିସ୍ତାର କରି ନିଜର ଅପରାଧି ସାମ୍ରାଜ୍ୟ ବଢାଇଥିଲା। ଏହି ଅପରାଧୀ ନାଁରେ ବିଭିନ୍ନ ଥାନାରେ ୧୯ ରୁ ଅଧିକ ବଡ଼ ବଡ଼ ଅପରାଧିକ ମାମଲା ଥିବା ସୂଚନା ମିଳିଛି। ଦୟାନିଧିପୂର ଗାଁ ସମେତ ଅନ୍ୟ ଅଂଚଳରୁ ହୋଇଥିବା ଚୋରିର ସୁନାଗହଣାକୁ ପୁଲିସ ଜବତ କରିବା ସହିତ ଦୁଇଟି ବନ୍ଧୁକ ୨୦ ଟି ଜୀବନ୍ତ ଗୁଳି ଓ ଏକ ଦାମୀ କାର ବାପି ଠାରୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ଧରିବା ପୁଲିସ ଜୋରଦାର ପ୍ରୟାସ ଚଲାଇଛି। ଏନେଇ ଆଜି ସକାଳେ ସୋର ଥାନା ପରିସରରେ ବାଲେଶ୍ୱର ଏସ୍ପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

