ଗୋଷ୍ଠୀ ସଂଘର୍ଷରେ ରକ୍ତ ରଞ୍ଜିତ ସୁନ୍ଦରଗଡ

ଗୋଷ୍ଠୀ ସଂଘର୍ଷରେ ରକ୍ତ ରଞ୍ଜିତ ସୁନ୍ଦରଗଡ

Share with people

ପରକିୟା ପ୍ରୀତିକୁ ନେଇ ଗୋଟିଏ ଗୋଷ୍ଠୀ ବିଳମ୍ବିତ ରାତିରେ ୫ ଜଣଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

୩ ମହିଳା ସହ ୫ ଜଣଙ୍କୁ ନିର୍ମମ ହତ୍ଯା, ୪ ଗୁରୁତର

ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି ଜଣ ମହିଳାଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଛନ୍ତି। ପରକିୟା ପ୍ରୀତିକୁ ନେଇ ଗୋଟିଏ ଗୋଷ୍ଠୀ ବିଳମ୍ବିତ ରାତିରେ ୫ ଜଣଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଆହତମାନଙ୍କୁ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମିଳିଥିବା ଖବର ଅନୁସାରେ, ଆକ୍ରମଣ କରିଥିବା ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ଥିବାର ଜଣାପଡିଛି। ଘଟଣାସ୍ଥଳରେ ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ସଦରଥାନା ପୋଲିସ ସାଇଣ୍ଟିଫିକ୍ ଟିମ ସହ ପହଂଚି ଘଟଣାର ତଦନ୍ତ କରିବାସହ ହତ୍ୟାକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛନ୍ତି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପରିବାରର ସମସ୍ତେ ଶୋଇଥିବା ସମୟରେ ହଠାତ୍ କିଛି ଜଣ ଲୋକ ଆସି ମୃତକଙ୍କ ଉପରେ ଭୁଜାଲି,ଖଣ୍ଡା ଦ୍ବାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଅନ୍ୟ ଜଣେ ସ୍ତ୍ରୀ ଆହତ ହୋଇଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *