ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ତାଳପଦା ଗ୍ରାମପଞ୍ଚାୟତର ଖଡିପାଳ ଗ୍ରାମ ନିକଟ ଦେଇ ଯାଇଥବା ସିମ ନଦୀକୁ ମଙ୍ଗଳବାର ଦିନ ସାଙ୍ଗ ମାନଙ୍କ ସହିତ ଗାଧୋଈ ବାକୁ ଯାଇ ନିଖୋଜ ଥିବା ବାଳକର ଶବ ୨୪ ଘଣ୍ଟା ପରେ ନଦୀ ପାଣି ଭିତରୁ ଓଡ୍ରାପ ଟିମ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।ସୂଚନା ଅନୁଯାୟୀ ତାଳପଦା ଗ୍ରାମର ଶତ୍ରୁଘନ ପଲେଇଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ରୁଦ୍ରନାରାୟଣ ତାର ୮ ଜଣ ସାଙ୍ଗଙ୍କ ସହିତ ଦିନ ପ୍ରାୟ ୧୦ ଟା ବେଳେ ସିମ ନଦୀ କୁ ଗାଧୋଇବାକୁ ଯାଇଥିଲେ। ନଦୀ କୂଳରେ ଥିବା ପଥର ଚଟାଣ ଉପରେ ରୁଦ୍ରନାରାୟଣ ଛିଡା ହୋଇଥିବା ବେଳେ ଅସାବଧାନତା ବସତ ପାଦ ଖସି ଯାଇ ଥିଲା। ପାଦ ଖସି ଯିବାରୁ ନଦୀର ପ୍ରଖର ପାଣି ସ୍ରୋତରେ ସେ ଭାସି ଯାଇଥିଲେ। ସାଙ୍ଗ ଭାସି ଯିବାର ଦେଖି ଅନ୍ୟ ସାଙ୍ଗ ମାନେ ଆସି ପରିବାର ଓ ଗ୍ରାମବାସୀ ଙ୍କୁ କହିଥିଲେ। ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ଖୋଜା ଖୋଜି କରିଥିଲେ। ଅଗ୍ନିଶମ ବିଭାଗ ଦୀର୍ଘ ୭ ଘଣ୍ଟା ନଦୀ ଭିତରେ ଖୋଜି ଥିଲେ ମଧ୍ୟ ନିଖୋଜ ବାଳକର ସନ୍ଧାନ ପାଇ ପାରିନଥିଲେ। ସଂନ୍ଧ୍ୟା ହୋଈ ଯିବାରୁ ନଦୀ ପାଣିରେ ଖୋଜିବା ଅସମ୍ଭବ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ନିଖୋଜ ବାଳକକୁ ଉଦ୍ଧାର କରାଯିବାକୁ ବୁଧବାର ସକାଳେ ବାରିପଦା ରୁ ଓଡ୍ରାଫ ଟିମ ପହଞ୍ଚି ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ସହିତ ମିଶି ନଦୀ ପାଣି ଭିତରୁ ବାଳକର ମୃତ ଦେହକୁ ଉଦ୍ଧାର କରିଥିଲେ ।


