ସୃଷ୍ଟି ହେଉଛି ଲଘୁଚାପ;୨୨ ରୁ ବର୍ଷିବ

ସୃଷ୍ଟି ହେଉଛି ଲଘୁଚାପ;୨୨ ରୁ ବର୍ଷିବ

Share with people

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସଂକେତ ଦେଖାଯାଇଛି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରକାଶ ଥାଉ ଯେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପ୍ରଥମ ଲଘୁଚାପ। ଆଇଏମ୍‌ଡିର ସୂଚନା ଅନୁସାରେ, ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ତାରିଖରେ ଓଡ଼ିଶା ଉପକୂଳରେ ପହଞ୍ଚିବ। ଯାହାର ପ୍ରଭାବରେ ଅକ୍ଟୋବର ୨୩ରୁ ୨୫ ଯାଏ ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ରହିଛି। ତେବେ ଏହା ଆଗକୁ ଅଧିକ ଘନୀଭୂତ ହୋଇ ବାତ୍ୟା ହେବ କି ନାହିଁ ସିଷ୍ଟମ ସୃଷ୍ଟି ହେବା ପରେ ଜଣାପଡ଼ିବ।ସାଧାରଣତଃ ଅକ୍ଟୋବର ମାସରେ ବାତ୍ୟା ଆସିଥାଏ। ମୌସୁମୀ ଅପସାରଣ ପରେ ବାତ୍ୟା ସଂଗଠିତ ହୋଇଥାଏ। ଗୋଟିଏ ପଟେ ମୌସୁମୀ ଅପସାରଣ ହୋଇ ସାରିବା ସହ ସମୁଦ୍ର ପତନର ତାପମାତ୍ରା ୩୦ ଡିଗ୍ରୀ ରହିଛି। ଯାହା ସିଷ୍ଟମ୍କୁ ଅଧିକ ସଂଗଠିତ ଓ ଶକ୍ତିଶାଳୀ କରିପାରେ । ତେଣୁ ପାଣିପାଗ ବିଶେଷଜ୍ଞ କହୁଛନ୍ତି, ବାତ୍ୟା ଭୟକୁ ଏଡାଇ ଦିଆଯାଇ ନପାରେ। ତେବେ ଘୂର୍ଣ୍ଣିବଳୟ ନ ହେବା ଯାଏଁ ସ୍ପଷ୍ଟ ସୂଚନା ମିଳିବ ନାହିଁ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *