ସୁନ୍ଦରଗଡ ଜିଲା ହେମଗିର ବ୍ଲକ୍ ଝାରପଲମ ପଞ୍ଚାୟତ ଅନ୍ତର୍ଗତ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ୍ ଲିମିଟେଡକୁ ଆବଣ୍ଟିତ କରାଯାଇଥିବା ବିଜାହାନ କୋଲବ୍ଲକ୍ ପାଇଁ ଆସନ୍ତା ଜାନୁଆରୀ ୨୨ରେ ଗ୍ରାମସଭା କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ଅପରପକ୍ଷରେ ବିଜାହାନ କୋଲ୍ବ୍ଲକ୍ ପାଇଁ ଝାରପଲମ ପଞ୍ଚାୟତର ଝାରପଲମ, ବିଜାହାନ,ଗିରିସିମା ଓ ଭୋଗ୍ରାକଚ୍ଛାର ଗ୍ରାମର ଜମି ଅଧିଗୃହୀତ ହେବାକୁ ଥିବାବେଳେ ୨୨ ତାରିଖ ଗ୍ରାମସଭା ପାଇଁ ଝାରପଲମ ଓ ଗିରିସିମା ଗ୍ରାମକୁ ବାଦ୍ ଦିଆଯାଇଥିବାରୁ ଝାରପଲମ ଓ ଗିରିସିମା ଗ୍ରାମବାସୀ ପ୍ରଶାସନର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ଗିରିସିମା ଗ୍ରାମବାସୀ ଆଜି ଆରଡିସିଙ୍କୁ ଏକ ଦାବିପତ୍ର ଦେଇ ଆସନ୍ତା ୨୨ ତାରିଖ ଗ୍ରାମ ସଭାକୁ ତତ୍କାଳ ଖାରଜ କରିବାକୁ ଦାବି କରିଛନ୍ତି | ନଚେତ ଗ୍ରାମସଭାକୁ ତୀବ୍ର ବିରୋଧ କରାଯିବାକୁ ଚେତାବନୀ ଦେଇଥିବା ବେଳେ ଏନେଇ କମ୍ପାନୀ କତୃପକ୍ଷ ଓ ଗିରିସିମାର ଗ୍ରାମ ବାସି ମାନଙ୍କୁ ନେଇ ବୁଧବାର ଏକ ବୈଠକ ବସିଥିଲା । ଯେଉଁଥିରେ କି ଆସନ୍ତା ଗ୍ରାମ ସଭାକୁ ବିରୋଧ ନକରିବା ସହିତ କମ୍ପାନୀ ଜମି ଅଧିଗ୍ରହଣ କରିଥିବା ଚୁକ୍ତି କରିବା ନେଇ ଗ୍ରାମବାସୀଙ୍କ ମାନଙ୍କୁ ସୂଚନା ଦେଇ ଥିବା ବେଳେ ଗ୍ରାମ ବାସି ଏନେଇ ଅସନ୍ତୁଷ୍ଟ ହେବା ସହିତ ଆରଏନଆର ପୋଲିସ ମାଧ୍ୟମରେ ବେଦନା ବିସ୍ଥାପିତ ମାନଙ୍କ କୈଣସି ସୁବିଧାନ ଦେଉନଥିବା ବେଳେ ଆଦାନୀ ମଧ୍ଯ ତାହା ନଦେଲେ ଜମି ଅଧିଗ୍ରହଣ କରିବାକୁ ଦିଆଯିବ ନାହି ବୋଲି ଲୋକେ କହିଥିବା ବେଳେ ଆସନ୍ତା କାଲି କାଲି ଉପ ଜିଲ୍ଲାପାଳ ଆସି ତାଙ୍କ ନିକଟରେ ସମସ୍ତ ଦାବି ଉପସ୍ଥାପନ କରିବା ପାଇ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା ।
