ରୋହିତ ସାର୍‌… ରୋହିତ ସାର୍‌…

ରୋହିତ ସାର୍‌… ରୋହିତ ସାର୍‌…

Share with people

ଜଣେ ଫ୍ୟାନ୍‌ ରୋହିତଙ୍କ ଗାଡ଼ି ପଛପଟେ ଦୌଡୁ ଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରୋହିତ ଶର୍ମା ।

ହିଟ୍‌ମ୍ୟାନ୍‌ଙ୍କ କାର୍‌ ପଛରେ ଦୌଡ଼ିଲେ ଫ୍ୟାନ୍‌;VIRAL ହେଲା ଭିଡିଓ

ସବୁବେଳେ ଚର୍ଚ୍ଚାରେ ଭାରତୀୟ ଅଧିନାୟକ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି‌ଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା । ଏବେର ଚର୍ଚ୍ଚା କ୍ରିକେଟ୍‌ ନୁହେଁ ବରଂ ଏକ ଭିନ୍ନ ଘଟଣା ନେଇ ହେଉଛି । ଘଟଣାଟି ହେଉଛି ଜଣେ ଫ୍ୟାନ୍‌ ରୋହିତଙ୍କ ଗାଡ଼ି ପଛପଟେ ଦୌଡୁ ଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରୋହିତ ଶର୍ମା ।

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଫ୍ୟାନ୍‌ ଜଣକ ନିଜ ଶରୀରରେ ତ୍ରିରଙ୍ଗା ଆଙ୍କିଥିବା ବେଳେ ଶରୀରର ପଛପଟେ ରୋହିତ ଲେଖାଯାଇଛି । ଆଉ କାର୍‌ ପଛରେ ଦୌଡୁ ଥିବାର ଦେଖିବାକୁ ମିଳୁଛି ।‘ ରୋହିତ ସାର୍‌… ରୋହିତ ସାର୍‌…’ଜୋର ଜୋର ଡ଼ାକୁଥିବା ମଧ୍ୟ ଶୁଣିବାକୁ ମଧ୍ୟ ମିଳୁଛି ।
ସବୁଠାରୁ ବଡ଼ କଥା ହେଉଛି ଏଭଳି ଘଟଣା ଘଟିବା ପରେ ରୋହିତ ଶର୍ମା ତାଙ୍କ ଡ଼୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ । ଭିଡ଼ିଓରେ ଆହୁରି ଦେଖିବାକୁ ମିଳୁଛି ଯେ, ରୋହିତ ଗାଡ଼ିର କାଚ ଖୋଲି ଫ୍ୟାନ୍‌ଙ୍କୁ ଭେଟିବା ସହ ତାଙ୍କୁ ଅଟୋଗ୍ରାଫ୍‌ ଦେଇଥିଲେ ।

ତେବେ ଏହି ଭିଡ଼ିଓଟି କେବେର ଓ କେଉଁ ସ୍ଥାନରେ ଏଭଳି ଘଟଣା ଘଟିଛି ତାହା ଜଣା ପଡ଼ିନାହିଁ । ଏପଟେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଭାରତ ହାତରେ ଥିବା ଶେଷ ୧୦ ମ୍ୟାଚ୍‌ରୁ ଦୁଇଟି ସଫଳତାର ସହ ଶେଷ ହୋଇଛି । ବାଂଲାଦେଶ ବିପକ୍ଷରେ ୨-୦ରେ ଶୃଙ୍ଖଳା ମୂଳପୋଛ କରିବା ପରେ କାଲିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି । ଭାରତ ଏହି ଶୃଙ୍ଖଳାକୁ ଜିତିଲେ ଫାଇନାଲ୍‌ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। କିନ୍ତୁ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *