ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଉଦ୍ଧାର।

ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଉଦ୍ଧାର।

Share with people

ପୋଖରୀ ଭିତରୁ ହାତୀ ଛୁଆର ମୃତ ଦେହ ଉଦ୍ଧାର। ତିନି-ଚାରି ଦିନ ପୁର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ମୃତ। କିଛି ଦିନ ହେବ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ମାନେ ପୋଖରୀକୁ ଯାଇଥିବା ବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଦେଖିବାକୁ ପାଇଥିଲେ। ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଛୁଆର ବୟସ ଦୁଇ – ତିନି ମାସ ହେବ ବୋଲି ଆକଳନ। ଶବ ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ। ସେପଟେ ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଥିବା ବେଳେ ବନ୍ୟଜନ୍ତୁର ସୁରକ୍ଷା ଓ ଚାଲାଣ ରୋକିବାରେ ବିଫଳ ହୋଇଥିବ ଅଭିଯୋଗ ହୋଇଛି।

(ମୟୁରଭଞ୍ଜ ସାରସ କୋଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ)


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *