ହାଇୱା ପଛପଟେ ଧକ୍କାଦେଇ ଚାପିଗଲେ ଟ୍ରକ ଡ୍ରାଇଭର || DHENKANAL NEWS

ହାଇୱା ପଛପଟେ ଧକ୍କାଦେଇ ଚାପିଗଲେ ଟ୍ରକ ଡ୍ରାଇଭର || DHENKANAL NEWS

Share with people

ଢେଙ୍କାନାଳ ଜିଲ୍ଲା ଭୁବନ କାଇଁସିରି ଛକରେ ଏକ ପମ୍ପଚର ଦୋକାନ ସାମ୍ନାରେ ଠିଆ ହୋଇଥିବା ହାଇୱ।କୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ଚାପି ହୋଇ ରହିଗଲା ଡ୍ରାଇଭରଙ୍କ ମୃତ ଦେହକୁ ଟ୍ରକ୍ ମଧ୍ୟରୁ ବାହାର କରିବାକୁ ନାକେଦମ୍ ଭୁବନ ହୋଇପଡିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀ।ତେବେ ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ କାଇଁସିରି ଗ୍ରାମ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ସାରା ଅଞ୍ଚଳରେ ଚହଳ ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ କଲୋନୀ ୫ର ବାସିନ୍ଦା ଲକ୍ଷ୍ମୀଧର ମହାନ୍ତିଙ୍କର ପୁଅ ଭାବଗ୍ରାହୀ ମହାନ୍ତି ବୟସ ୩୫(ପଇଁତିରିଶ) ତାଳଚେର ଅଞ୍ଚଳ ଏନଟିପିସି କଣିହାରୁ ଟ୍ରକ୍ ନମ୍ୱର୍ OF35-H-1335ରେ ପାଉଁଶ ନେଇ ପାରାଦୀପ ଅଭିମୁଖେ ଯାଉଥିଲେ। ସେହି ସମୟରେ ଡିଜେଲ ସରିଯାଇଥିବାରୁ OD04-T-7806ନୋଂ ହାଇୱା କାଇଁଷିରି ଛକରେ ଠିଆ ହୋଇଥିଲା। ଆଉ ଅଟକି ରହିଥିବା ସେହି ହାଇୱା ଗାଡ଼ିକୁ ଧକ୍କା ଦେଇଥିଲେ ଭାବଗ୍ରାହୀ। ଫଳରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଥିଲା ଯେ ଟ୍ରକ ମଧ୍ୟରେ ଚାପି ହୋଇ ରହିଯାଇଥିଲେ ଭାବଗ୍ରାହୀ | ଏବଂ ତାଙ୍କୁ ସେଠାରୁ ବାହାର କରିବାକୁ ନାକେଦମ୍ ହୋଇଛି ଭୁବନ ଦମକଳ ବାହିନୀ ।ତେବେ ପ୍ରାୟ ୪ଘଣ୍ଟାର ଚେଷ୍ଟା ପରେ ଟ୍ରକ୍କୁ କାଟି ଭାବଗ୍ରାହୀଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *