ଡାକ୍ତରଙ୍କ ମତାମତ ଅନୁଯାୟୀ , ଏସିରେ ଲମ୍ବା ସମୟ ରହିବା ଦ୍ୱାରା ନାକରୁ ପାଣି ବହିବା, ଛିଙ୍କିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚର୍ମ ଶୁଷ୍କତା ଭଳି ଅନେକ ଅସୁବିଧା ହୋଇପାରେ।କାରଣ ଏସି ଆର୍ଦ୍ରତା କମେଇଦିଏ, ଯାହା ଶ୍ୱାସପଥ ଓ ଚର୍ମ ଉପରେ ପ୍ରଭାବ ପକାଏ।ସେହିପରି ଏସି ଭିତରେ ଧୂଳି ଓ ଜୀବାଣୁ ଜମା ହୋଇଥିଲେ, ତାହା ଶ୍ୱାସକ୍ରିୟାରେ ଅସୁବିଧା ଆଣିପାରେ।

ଏବେ ପ୍ରଚଣ୍ଡ ଖରା ଆଉ ଅସହ୍ୟ ତାତି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି I ଏପରି ପରିସ୍ଥିତିରେ ଘର, ଅଫିସ, ଦୋକାନ ଓ ମଲଗୁଡିକରେ ଅତ୍ୟାବଶ୍ୟକ ଉପକରଣ ପାଲଟିଛି ଏସି। ଏପରିକି ଅନେକ ଲୋକ ଦିନରାତି ଲଗାତାର ଏସି ଚଲାଇ ରହୁଛନ୍ତି। ଯଦିଓ ଏହି ଅଭ୍ୟାସ ଆରାମଦାୟକ, ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ତେବେ ଆସନ୍ତୁ ଜାଣିବା ଏସି ଦ୍ୱାରା କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ –

ତେବେ ଆସନ୍ତୁ ଜାଣିବା ଏସି ଦ୍ୱାରା କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ –
• ନାକ ବହିବା, ଛିଙ୍କା ଓ ଗଳା ବେଥା
• ମୁଣ୍ଡବିନ୍ଧା ଓ ଚର୍ମ ଶୁଷ୍କତା
• ଶ୍ୱାସକ୍ରିୟା ସମସ୍ୟା – ଏସି ଭିତରେ ଧୂଳି ଓ ଜୀବାଣୁ ଜମା ହେଲେ।
• ତାପମାତ୍ରାର ସମନ୍ୱୟ ଘାଟତି – ଏସି ରୁମ୍ରୁ ହଠାତ୍ ବାହାରକୁ ଯିବା ବେଳେ ଶରୀର ଅସ୍ଥିର ହୋଇପଡେ।
• ମୁଣ୍ଡ ରକ୍ତ ଚାପରେ ପ୍ରଭାବ ।


ଡାକ୍ତରଙ୍କ ମତାମତ ଅନୁଯାୟୀ , ଏସିରେ ଲମ୍ବା ସମୟ ରହିବା ଦ୍ୱାରା ନାକରୁ ପାଣି ବହିବା, ଛିଙ୍କିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚର୍ମ ଶୁଷ୍କତା ଭଳି ଅନେକ ଅସୁବିଧା ହୋଇପାରେ।କାରଣ ଏସି ଆର୍ଦ୍ରତା କମେଇଦିଏ, ଯାହା ଶ୍ୱାସପଥ ଓ ଚର୍ମ ଉପରେ ପ୍ରଭାବ ପକାଏ।ସେହିପରି ଏସି ଭିତରେ ଧୂଳି ଓ ଜୀବାଣୁ ଜମା ହୋଇଥିଲେ, ତାହା ଶ୍ୱାସକ୍ରିୟାରେ ଅସୁବିଧା ଆଣିପାରେ।ଅନ୍ୟପଟେ ଏସି ରୁମରୁ ହଠାତ୍ ଗରମ ବାୟୁକୁ ବାହାରିବା ଦ୍ୱାରା ଶରୀର ତାପମାତ୍ରାରେ ସମନ୍ୱୟ ରୁହେ ନାହିଁ। ଆଉ ଆମ ଶରୀରକୁ ବାହାରର ତାପମାତ୍ରା ସହିବା କଷ୍ଟକର ହୋଇପଡେ I ଆଉ ହଁ ଅତି ଥଣ୍ଡା ତାପମାତ୍ରା ରଖିବା ଦ୍ୱାରା ତାହା ମୁଣ୍ଡର ରକ୍ତ ଶିରା ଉପରେ ପ୍ରଭାବ ପକାଏ , ଫଳରେ ମୁଣ୍ଡବିନ୍ଧା ବଢ଼ିଯାଏ
ତେବେ ଏହି ସବୁ ସମସ୍ୟାକୁ ଏଡ଼ାଇବା ପାଇଁ କିଛି ସାଧାରଣ କଥା ଜାଣିରଖିବା ଆବଶ୍ୟକ
- ପ୍ରତିବର୍ଷ ଏସି ସର୍ଭିସିଂ କରାନ୍ତୁ।
- ଏସିର ତାପମାତ୍ରା 22°C ରୁ 26°C ମଧ୍ୟରେ ରଖନ୍ତୁ।
- ଏସି ଲଗାତାର ଚଲାନ୍ତୁ ନାହିଁ – ମଝିରେ ମଝିରେ ବନ୍ଦ ରଖନ୍ତୁ
- ଦିନରେ କିଛି ସମୟ ପାଇଁ ଝରକା ଖୋଲି ରଖନ୍ତୁ।
- ପ୍ରଚୁର ପାଣି ପିଅନ୍ତୁ ଏବଂ ହେଲେ ହ୍ୟୁମିଡିଫାଏର ବ୍ୟବହାର କରନ୍ତୁ।
ଏସି ଆଧୁନିକ ଜୀବନର ଆବଶ୍ୟକ ହୋଇପଡିଛି, କିନ୍ତୁ ସଠିକ୍ ଉପାୟରେ ବ୍ୟବହାର କଲେ ହିଁ ଏହା ଆମକୁ ଲାଭଦାୟକ ହେବ। ତେଣୁ, ଆପଣ ଏହି ସୂଚନାକୁ ମନେ ରଖି, ନିଜ ସ୍ୱାସ୍ଥ୍ୟ ପାଇଁ ସଚେତନ ହୁଅନ୍ତୁ।ଏହି ଶିକ୍ଷାମୂଳକ ସୂଚନା ଆପଣଙ୍କୁ ଉପକୃତ କଲେ, ଦୟାକରି ଅନ୍ୟମାନଙ୍କ ସହିତ ଶେୟର କରନ୍ତୁ ଏବଂ ନିଜର ମତାମତ comment box ରେ ଲେଖି ଜଣାନ୍ତୁ।ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ!