
ସ୍କୁଲରେ ପ୍ରାର୍ଥନା ଚାଲିଥିଲା ବେଳେ ମାଙ୍କଡ଼ ଆକ୍ରମଣରେ ୫ଜଣ ଗୁରୁତର l ସୂଚନା ଅନୁସାରେ ରାଣିଗୁଡା ରାଜକୃଷ୍ଣ ନୋଡାଲ ଉ:ପ୍ରା ବିଦ୍ୟାଳୟରେ
ପ୍ରାର୍ଥନା ବେଳେ ଗୋଟିଏ ପାଗଳ ମାଙ୍କଡ଼ ଆସି ୪ ଛାତ୍ର ଛାତ୍ରୀ ଓ ଜଣେ ପାଚିକାକୁ ଆକ୍ରମଣ କରିବାରୁ ସେମାନେ ଗୁଗୁରୁତ୍ତର ହୋଇଥିଲେ l ସେମାନଙ୍କ ଦେହ,ହାତ ଓ ଗେlଡ଼ରେ ଗଭୀର କ୍ଷତ ହଇଛି l ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ତଥା ଛାତ୍ର ଅଭିଭାବକମାନେ ମିଶି ଗୁରୁତର ମାନଙ୍କୁ କମର୍ଦ୍ଦା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ l ଗୁରୁତର ଙ୍କ ମଧ୍ୟରେ ୩ଜଣ ଛାତ୍ର ଓ ଜଣେ ଛାତ୍ରୀ, ଜଣେ ପାଚିକା ସହାୟିକା ବୋଲି ଜଣାପଡିଛି l
ପାଗଳ ମାଙ୍କଡ କାମୁଡ଼ାରେ ଗ୍ରାମବାସୀ ଭୟଭୀତ ହଇଥିବା ବେଳେ ତୁରନ୍ତ ବନ ବିଭାଗ ଆସି ପାଗଳ ମାଙ୍କଡକୁ ଧରି ନିଅନ୍ତୁ ବୋଲି ଦାବୀ କରିଛନ୍ତି।


