ବରଗଡ ଜିଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ସାଙ୍ଗକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୫୩ ଜଣ ଛାତ୍ର ଛାତ୍ରୀ ଅଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ ୮ ଟି ଶ୍ରେଣୀ ଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି । ପୂର୍ବରୁ ଶତାଧିକ ଛାତ୍ରଛାତ୍ରୀ ଥିଲେ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଏଠାରେ ପାଠ ପଢା ଠିକ୍ ଭାବରେ ହେଉନ ଥିବାରୁ ଅଭିଭାବକ ମାନେ ଅନ୍ୟ ସ୍କୁଲକୁ ନେଇଯାଉଛନ୍ତି ତାଙ୍କ ଛାତ୍ର ଛାତ୍ରୀଙ୍କୁ । ଏନେଇ ଗ୍ରାମବାସୀ ବ୍ଲକ ଶିକ୍ଷା ବିଭାଗ ନିକଟରେ ଅନେକ ଥର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ରାମଲାଲ ବରିହା ଏହି ଘଟଣାକୁ ଅତି ହାଲୁକା ଭାବରେ ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ ନ କରିବାରୁ ଆଜି ଗ୍ରାମବାସୀଙ୍କ ତରଫରୁ ଅଭିନବ ପ୍ରତିବାଦ କରାଯାଇଛି। ସ୍କୁଲରେ ତାଲା ପକାଇବା ସହ ସ୍କୁଲ ବାହାରେ ବସି ଛାତ୍ରଛାତ୍ରୀଙ୍କୁ ପାଠପଢାଉଛନ୍ତି ଗ୍ରାମବାସୀ ।
