ସୁରକ୍ଷା କର୍ମୀ ଓ ମାଓବାଦୀ ମୁହଁମୁହିଁ; ଜଣେ ମାଓବାଦୀ ନିହତ

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହଁମୁହିଁ; ଜଣେ ମାଓବାଦୀ ନିହତ

Share with people

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବୀ ବେଳେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ ମୁହିଁ ହୋଇଥିଲେ। ଏହା ପରେ ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଗୁଳିବିନିମୟ କରିଥିବା କୁହାଯାଇଛି। ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ସହ ଘଟଣା ସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। କେକେବିଏନ ମାଓ ସଙ୍ଗଠନ କିଛି ଦିନ ତଳେ ଶେଶାର ଗାଁ, ଦାସୁଙ୍ଗିଆ, ଆଟ୍ରେନଜୀ, ମାଡଙ୍ଗା,ଅଡାଙ୍ଗି ଜଙ୍ଗଲରେ ରହିବା ସହ କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ନିଜ କାୟା ବିସ୍ତାର ପାଇଁ ଉଦ୍ୟମ ଜାରୀ ରଖୁଥିଲେ। ବର୍ତ୍ତମାନ ଗୁଳି ବିନିମୟ ଶେଷ ହୋଇଥିବା ବେଳେ ସୁରକ୍ଷା କର୍ମୀ ଜଙ୍ଗଲ ଛାଡ଼ି ଆସିଥିବା ଜଣାପଡିଛି ଓ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିବା ଖବର ମିଳିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *